ନୂଆଦିଲ୍ଲୀ:ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲାଯାଇଥିବା କୌଶାଂବୀ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ତେବେ ଚାଷୀ ଆନ୍ଦୋଳନକୁ ବଦନାମ କରିବା ପାଇଁ ରାକେଶଙ୍କ ନାମରେ ଏହି ଆକାଉଣ୍ଟ ଖୋଲା ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ତେବେ ଏହି ଘଟଣାରେ ଚାଷୀମାନେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ସମ୍ବନ୍ଧରେ ଭୁଲ ତଥ୍ୟ ଦେବା ସହିତ ଚାଷୀଙ୍କୁ ବଦନାମ କରିବା ପାଇଁ ଏହି ଆକାଉଣ୍ଟ ଖୋଲା ଯାଇଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଦେଶର ବିଭିନ୍ନ ଜିଲ୍ଲାର ପୋଲିସ ଷ୍ଟେସନରେ ଅଭିଯୋଗ ହେଉଛି । ଏହି ଫେକ ଆକାଉଣ୍ଟ ଉପରେ ବିଶ୍ବାସ ନ କରିବାକୁ ଚାଷୀମାନେ ଲୋକମାନଙ୍କୁ କହିଛନ୍ତି ।