ଓଡିଶା

odisha

By

Published : Oct 26, 2020, 10:11 AM IST

ETV Bharat / bharat

ଧରାପଡିଲା ନକଲି ନୋଟ ରାକେଟ୍, 4 ଗିରଫ

ନକଲି ମୁଦ୍ରା ନୋଟ ଛାପିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି ଆସାମ ପୋଲିସ । ଏହା ସହ ସେମାନଙ୍କ ପାଖରୁ ନକଲି ନୋଟ୍, ଏକ ନୋଟ ପ୍ରିଣ୍ଟିଂ ମେସିନ୍, ଏଟିଏମ୍ କାର୍ଡ, 14 ଟି ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରାଯାଇଛି । ଅଧିକ ପଢନ୍ତୁ...

Fake currency racket busted in Assam, four held
ଧରାପଡିଲା ନକଲି ନୋଟ ର୍ୟାକେଟ୍, 4 ଗିରଫ

ଗୌହାଟି: ଧରାପଡିଲା ନକଲି ନୋଟ୍ ରାକେଟ୍ । ନକଲି ମୁଦ୍ରା ନୋଟ ଛାପିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆସାମ ପୋଲିସ ରବିବାର ଚାରି ଜଣଙ୍କୁ ଗିରଫ କରିଛି । ଏହା ସହିତ ନକଲି ନୋଟ୍, ଏକ ନୋଟ ପ୍ରିଣ୍ଟିଂ ମେସିନ୍, ଏଟିଏମ୍ କାର୍ଡ, 14 ଟି ମୋବାଇଲ୍ ଫୋନ୍ ଏବଂ ଏକ ଲାପଟପ୍ ଜବତ କରାଯାଇଛି । ପୋଲିସର ସୂଚନାନୁସାରେ ଅଭିଯୁକ୍ତମାନେ ଇସଲାମପୁରର ବାସିନ୍ଦା ନିଜାମ ଉଦ୍ଦିନ, ହମିଦ ଅଲି, ନାଜରୁଲ ହୁସେନ୍‌ ଏବଂ ଅହମ୍ମଦପୁରର ମୂଳ ବାସିନ୍ଦା ଆଫଜାଲୁର ରହମାନ ବୋଲି ଜଣାପଡିଛି ।

ତେବେ ବିଶେଷ ସୂତ୍ରରୁ ଖବର ପାଇ ଗୌହାଟି କ୍ରାଇମ ବ୍ରାଞ୍ଚର ଏକ ଟିମ୍ ଡିସପୁର ପୋଲିସ ଷ୍ଟେସନର କର୍ମଚାରୀଙ୍କ ସହ ମିଶି ଫାକରୁଦ୍ଦିନ ଅଲି ଅହମ୍ମଦ ରାସ୍ତାରେ ଥିବା ଏକ ଭଡା ଘରୁ ଏହି 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details