ହାଇଦ୍ରାବାଦ: ନକଲି 2 ହଜାର ଟଙ୍କିଆ ନୋଟ ଜବତ । ହାଇଦ୍ରାବାଦ ପୋଲିସ ନକଲି ନୋଟ କାରବାରରେ 2 ଅଭିଯୁକ୍ତକୁ ଗିରଫ କରିଛି । ଜବତ ନୋଟର ଆନୁମାନିକ ମୂଲ୍ୟ 3 ଲକ୍ଷ 98 ହଜାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ କମିଶନର ଅନଞ୍ଜନି କୁମାର ଏହି ସୂଚନା ଦେଇଛନ୍ତି ।
ନକଲି ନୋଟ ଜବତ୍ - 2000
ବେଧଡକ ଭାବେ ବଢି ଚାଲିଛି ନକଲି ନୋଟ କାରବାର । ବିଭିନ୍ନ ରାଜ୍ୟରେ ନକଲି ନୋଟ କାରବାର ବୃଦ୍ଦି ପାଇଥିବା ସୂଚନା ରହିଛି । ହାଇଦ୍ରାବାଦରେ ଏକ ନକଲି ନୋଟ ରାକେଟକୁ ଠାବ କରିବାରେ ସଫଳ ହୋଇଛି ହାଇଦ୍ରାବାଦ ପୋଲିସ ।
ଫଟୋ ସୌଜନ୍ୟ: ଏଏନଆଇ
ନକଲି ନୋଟ ସହ ଦୁଇ ଚକିଆ ବାଇକ ଜବତ କରିଛି ପୋଲିସ । ଏହି ନକଲି ନୋଟ କାରବାରରେ ଆନ୍ତଃରାଜ୍ୟ ରାକେଟର ସଂପୃକ୍ତି ଥିବା ସୂଚନା ରହିଛି । ପୋଲିସ ଏବେ ଏହି ରାକେଟକୁ ଧରିବା ପାଇଁ ତଦନ୍ତ ଚଳାଇଛି ।