ଓଡିଶା

odisha

ETV Bharat / bharat

ମାଟି ତଳୁ 5 ମାସର ଶିଶୁ ପୁତ୍ର ଉଦ୍ଧାର - uttarpradesh news

ମାଟି ତଳୁ 5 ମାସର ଶିଶୁ ପୁତ୍ର ଉଦ୍ଧାର । ଉତ୍ତରପ୍ରଦେଶ ସିଦ୍ଧାର୍ଥ ନଗର ସୋନଭରା ଗାଁର ଘଟଣା । ଅଧିକ ପଢନ୍ତୁ...

Faint Cries Led To Baby Boy Found Buried In UP, Foot Was Sticking Out
ମାଟି ତଳୁ 5 ମାସର ଶିଶୁ ପୁତ୍ର ଉଦ୍ଧାର

By

Published : May 28, 2020, 6:20 PM IST

ଲକ୍ଷ୍ନୌ: ଲକ ଡାଉନ ଯୋଗୁଁ ଶୂନଶାନ ରାସ୍ତା ଘାଟ । ହେଲେ ଏହି ସମୟରେ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ସୋନଭରା ଗାଁରେ ଶୁଭୁଥିଲା ଶିଶୁର କାନ୍ଦ । ହେଲେ କେଉଁ ପଟୁ କାନ୍ଦସ୍ବର ଆସୁଛି ହଠାତ ବାରି ପାରିନଥିଲେ ଗାଁ ଲୋକେ । ଖୋଜା ଖୋଜି କରିବା ପରେ ମାଟିରେ ଅଧି ପୋତା ହୋଇଥିବା ଶିଶୁର ହାତ ଓ ପାଦ ଦିଶୁଥିଲା ।

ଫଳରେ କିଛି ସ୍ଥାନୀୟ ଲୋକେ ମିଶି ଶିଶୁକୁ ବାହାରକୁ ଆଣି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉଦ୍ଧାର ପରେ ପିଲାଟି ବେହୋସ ହୋଇଯାଇଥିଲା । ବର୍ତ୍ତମାନ ଡାକ୍ତରଙ୍କ କହିବା ଅନୁସାରେ, ଶିଶୁଟି 5 ମାସର ପୁଅ ବୋଲି ଜଣାପଡିଛି । ମାଟିରେ ଅଧିକ ସମୟ ପୋତି ହୋଇ ରହଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଏଭଳି ସମୟରେ ଶିଶୁପୁତ୍ରକୁ କିଏ ଏବଂ କାହିଁକି ଏଠାରେ ପୋତିଛି ସେ ନେଇ ତଦନ୍ତ କରୁଛି ।

ABOUT THE AUTHOR

...view details