ଓଡିଶା

odisha

ETV Bharat / bharat

ଭୀମା କୋରେଗାଁ ଘଟଣା: ପାଓ୍ବାରଙ୍କୁ ଟାର୍ଗେଟ କଲେ ଫଡନାଭିସ - ଭୀମା କୋରେଗାଁ ଘଟଣା

ଭୀମା କୋରେଗାଁ ଏଲଗାର ପରିଷଦ ମାମଲାରେ ପୋଲିସ ତଦନ୍ତ ଉପରେ ଆଙ୍ଗୁଳି ଉଠାଇଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ପାଓ୍ବାର ପୋଲିସଙ୍କୁ ହତୋତ୍ସାହିତ କରୁଥିବା କହିଲେ ଦେବେନ୍ଦ୍ର । ଅଧିକ ପଢନ୍ତୁ...

Fadnavis attacks Pawar
ଭୀମା କୋରେଗାଁ ଘଟଣା: ପାଓ୍ବାରଙ୍କୁ ଟାର୍ଗେଟ କଲେ ଫଡନାଭିସ

By

Published : Dec 24, 2019, 2:03 PM IST

ମୁମ୍ବାଇ: ଭୀମା କୋରେଗାଁ ଘଟଣାକୁ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଭୀମା କୋରେଗାଁ ଘଟଣାରେ ପୋଲିସର ତଦନ୍ତ ଉପରେ ପାଓ୍ବାରଙ୍କ ବୟାନକୁ ନେଇ ନେଇ ଫଡନାଭିସ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ଏହାସହ ପାଓ୍ବାର ପୋଲିସଙ୍କୁ ହତୋତ୍ସାହିତ କରୁଥିବା ଫଡନାଭିସ ପ୍ରତିକ୍ରିୟା ଦେଇଛନ୍ତି ।


ଦେବେନ୍ଦ୍ର କହିଛନ୍ତି ଯେ ପୋଲିସ ତଦନ୍ତ ଉପରେ ଶରଦ ପାଓ୍ବାର ଆଙ୍ଗୁଳି ଉଠାଇବା ଉଚିତ ନୁହେଁ । କେନ୍ଦ୍ରରେ କଂଗ୍ରେସ-ଏନସିପି ସରକାର ଥିବା ସମୟରେ ଏଲଗାର ପରିଷଦ ମାମଲାରେ ପ୍ରତିବନ୍ଧକ ଲଗାଯାଇଥିବା ସଂଗଠନର ସୂଚୀ ଜନତାଙ୍କ ସାମ୍ନାକୁ ଅଣାଯାଇଥିଲା । ତେଣୁ ପୋଲିସର ତଦନ୍ତ ଉପରେ ଆଙ୍ଗୁଳି ଉଠାଇ ପାଓ୍ବାର ପୋଲିସଙ୍କୁ ହତୋତ୍ସାହିତ କରୁଛନ୍ତି ବୋଲି ଫଡନାଭିସ ପ୍ରତିକ୍ରିୟା ଦେଇଛନ୍ତି ।

ABOUT THE AUTHOR

...view details