ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ: 14 ଦିନିଆ ରିମାଣ୍ଡରେ ଫ୍ୟାକ୍ଟ୍ରି ମାଲିକ ଓ ମ୍ୟାନେଜର - ଦିଲ୍ଲୀ ଅଗ୍ନିକାଣ୍ଡ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ଗିରଫ ହୋଇଥିବା ଫ୍ୟାକ୍ଟ୍ରି ମାଲିକ ଓ ମ୍ୟାନେଜର ତିସ ହଜାରି କୋର୍ଟରେ ହାଜର ହୋଇଛନ୍ତି । 14 ଦିନିଆ ରିମାଣ୍ଡରେ ନେବାପାଇଁ ପୋଲିସ ଆବେଦନ କରିଥିବାବେଳେ ଅନୁମତି ଦେଇଛନ୍ତି କୋର୍ଟ । ଆଗକୁ ପଢନ୍ତୁ...

fire delhi, manager
ତିଜ ହଜାରି କୋର୍ଟରେ ଫାକ୍ଟ୍ରି ମାଲିକ ଓ ମ୍ୟାନେଜର

By

Published : Dec 9, 2019, 4:58 PM IST

Updated : Dec 9, 2019, 5:07 PM IST

ନୂଆଦିଲ୍ଲୀ: ଅନାଜ ମଣ୍ଡି ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣାରେ ଫ୍ୟାକ୍ଟ୍ରି ମାଲିକ ରିହାନ ଏବଂ ମ୍ୟାନେଜର ଫୁରକାନଙ୍କୁ 14 ଦିନିଆ ରିମାଣ୍ଡରେ ନେବ ପୋଲିସ । ଏନେଇ ଅନୁମତି ଦେଇଛନ୍ତି ତିସ ହଜାରି କୋର୍ଟ । ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେପଟେ ଅଧିକ ତଦନ୍ତ ପାଇଁ ପୋଲିସ ଦୁହିଁଙ୍କୁ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିଥିଲେ ।

ରବିବାର ଦିଲ୍ଲୀର ରାଣୀ ଝାନ୍ସି ରୋଡ ନିକଟ ଅନାଜ ମଣ୍ଡି ଫ୍ୟାକ୍ଟ୍ରିରେ ହୋଇଥିଲା ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ 43 ଜଣଙ୍କ ପ୍ରାଣହାନୀ ହୋଇଛି । ଅଘଟଣ ଦିନ ଫ୍ୟାକ୍ଟ୍ରି ମାଲିକ ବାହାର ପଟୁ ତାଲା ପକାଇ ଦେଇଥିବାବେଳେ ଭିତରେ ଥିବା ଶ୍ରମିକ ମାନେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏ ଘଟଣାରେ ଫ୍ୟାକ୍ଟ୍ରି ମାଲିକ ରିହାନ ଏବଂ ମ୍ୟାନେଜର ଫୁରକାନଙ୍କୁ ଗିରଫ କରିଛି ପୋଲିସ ।

Last Updated : Dec 9, 2019, 5:07 PM IST

ABOUT THE AUTHOR

...view details