ନୂଆଦିଲ୍ଲୀ: ଲଗାତାର ଭାବେ କୋରୋନା କାଳରେ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆକୁ ମିଥ୍ୟା ଏବଂ ଭୁଲ ତଥ୍ୟ ପ୍ରଚାର ପାଇଁ ଅଧିକରୁ ଅଧିକ ଭାବେ ବ୍ୟବହାର କରାଯାଇଛି | ଏପରିସମୟର ଏଭଳି ମିଥ୍ୟା ଓ ଗୁଜବ ଖବରକୁ ବିଶ୍ବାସ ନକରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଉଛି । ଏପରି ଏକ ଗୁଜବ ସୃଷ୍ଟିକାରୀ ଖବର ଭାବେ କଲେଜ ଛାତ୍ରମାନଙ୍କ ପାଇଁ ନ୍ୟାସନାଲ ସ୍କଲାରସିପ ପୋର୍ଟାଲ 10,000 ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ପ୍ରେସ୍ ଇନଫରମେସନ ବ୍ୟୁରୋ (PIB) କହିଛି ଯେ, ଏଭଳି କୌଣସି ସୂଚନା ନାହିଁ । ନାଗରିକମାନଙ୍କୁ ଏପରି ଜାଲିଆତି ହେଉଥିବା ୱେବସାଇଟରୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହି ଭାଇରାଲ ଖବରକୁ ଖଣ୍ଡନ କରି ପିଆଇବି ଏକ ଟ୍ବିଟରେ ଲେଖିଛି ଯେ, ସୋସିଆଲ ମିଡିଆରେ ପ୍ରସାରିତ ଏକ ମେସେଜ ଅନୁସାରେ ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ କଲେଜ ଛାତ୍ରମାନଙ୍କ ପାଇଁ 10ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରୁଛି । ପିଆଇବି ଫ୍ୟାକ୍ଟ ଚେକ୍ରୁ ଏହା ସ୍ପଷ୍ଟ ଯେ, ଏହି ବାର୍ତ୍ତା ମିଥ୍ୟା ଏବଂ ବିଭ୍ରାନ୍ତକାରୀ | ଏହିପରି ଠକ ୱେବସାଇଟରୁ ସାବଧାନ ରୁହନ୍ତୁ ।