ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାମ ମନ୍ଦିର ନିର୍ମାଣ ପାଇଁ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନଭେମ୍ବର 9, 2009ରେ ପଥ ପରିଷ୍କାର କରିବା ପରେ ଅଯୋଧ୍ୟାରେ ଏକ ଧାର୍ମିକ ଢାଞ୍ଚାକୁ ନେଇ 70 ବର୍ଷ ଧରି ଚାଲିଥିବା ବିବାଦର ସମାଧାନ ହୋଇଥିଲା। ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସମୟରେ ଯେଉଁସବୁ ବ୍ୟାପକ ଆନ୍ଦୋଳନ ହୋଇଥିଲା ସେଥିରେ ଅନେକ ବ୍ୟକ୍ତି ପ୍ରମୁଖ ନେୃତ୍ବତ୍ବ ନେଇଥିଲେ। ‘ଆସ୍ଥାନ ଜନ୍ମଭୂମି’ରେ ସ୍ଥାପିତ ମୂର୍ତ୍ତି ପୂଜା ପାଇଁ ଅଧିକାର ଦାବି କରି ଗୋପାଳ ସିଂହ ବିଶାରଦ 1950ରେ ପ୍ରଥମ ଟାଇଟେଲ ସୁଟ୍ କରିଥିଲେ। ସେଦିନଠାରୁ ଆରମ୍ଭ ହୋଇଥିଲା ରାମ ମନ୍ଦିର ସମ୍ପର୍କିତ ଘଟଣାକ୍ରମ।
ବିବାଦୀୟ ସ୍ଥାନରେ ସ୍ଥାନ ପାଇଥିବା ମୂର୍ତ୍ତି ପୂଜା କରିବାକୁ ଲୋୟର କୋର୍ଟରେ ଆବେଦନ କରିଥିବା ଭକ୍ତ ଗୋପାଳ ସିଂହ ବିଶାରଦଙ୍କର କିନ୍ତୁ 1986ରେ ମୃତ୍ୟୁ ଘଟିଥିଲା। ଏହି ଆଇନଗତ ଲଢେଇକୁ ତାଙ୍କ ପୁଅ ରାଜେନ୍ଦ୍ର ସିଂହ ଆଗେଇ ନେଇଥିଲେ। ଏହାପରେ 1959ରେ ନିର୍ମୋହୀ ଆଖଡ଼ା ସଂଘର୍ଷରେ ସାମିଲ ହୋଇ ବିବାଦୀୟ ସ୍ଥାନ ଦଖଲ ପାଇଁ ତୃତୀୟ ସୁଟ୍ ଦାଖଲ କରିଥିଲା। ଯେଉଁଠି ପ୍ରଭୁ ରାମଚନ୍ଦ୍ର ଜନ୍ମ ନେଇଥିବା ବିଶ୍ବାସ କରାଯାଏ ସେହି ସ୍ଥାନକୁ ନିଜର ବୋଲି ନିର୍ମୋହୀ ଆଖଡ଼ା ଦାବି କରିଥିଲା। ଅଯୋଧ୍ୟା ମାମଲାର ଅନ୍ୟତମ ମୁଖ୍ୟ ଦାବିଦାର ନିର୍ମୋହୀ ଆଖଡାର ସରପଞ୍ଚ ଥିଲେ ମହନ୍ତ ଭାସ୍କର ଦାସ। ଦାସ ବହୁବର୍ଷ ଧରି ଏହି ସଂପ୍ରଦାୟର ପ୍ରତିନିଧିତ୍ବ କରୁଥିଲେ। ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି) ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲା।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ 1984ରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହା ପଛରେ ଥିବା ନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ ଭିଏଚପି ସଭାପତି ଅଶୋକ ସିଂଘଲ। ତାଙ୍କୁ ରାମ ମନ୍ଦିର ଆନ୍ଦୋଳନର ଜଣେ ମୁଖ୍ୟ କର୍ଣ୍ଣଧାର ବୋଲି ବିବେଚନା କରାଯାଏ। ଗୋଟିଏ ପରେ ଗୋଟିଏ ଘଟଣା ଭିତରେ ପୂର୍ବତନ ଭିଏଚପି ଉପ-ସଭାପତି ଦେଓକୀ ନନ୍ଦନ ଅଗ୍ରୱାଲ ପ୍ରଭୁ ରାମଙ୍କ ନାମରେ ଜମିର ସ୍ବତ୍ତ୍ବାଧିକାର ଏବଂ ଦଖଲ ଦେବା ପାଇଁ ଆବେଦନ କରି ଆଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ସାନି ଆବେଦନ ଦାଖଲ କରିଥିଲେ।