ଓଡିଶା

odisha

ଜେଏନୟୁ ହିଂସାକାଣ୍ଡ ମାମଲା: ପ୍ରମାଣ ସଂରକ୍ଷଣ ରଖିବାକୁ ସୋସିଆଲ ମିଡିଆକୁ ନିର୍ଦ୍ଦେଶ

By

Published : Jan 13, 2020, 4:01 PM IST

ଜେଏନୟୁ ହିଂସାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ ପ୍ରମାଣ ସଂରକ୍ଷଣ ରଖିବାକୁ ଫେସବୁକ, ଗୁଗୁଲ ଓ ହ୍ବାଟ୍ସଆପକୁ ନିର୍ଦ୍ଦେଶ ଦେଇଛି ।

JNU violence case
ଜେଏନୟୁ ହିଂସାକାଣ୍ଡ ମାମଲା: ପ୍ରମାଣ ସଂରକ୍ଷଣ ରଖିବାକୁ ଫେସବୁକ, ଗୁଗୁଲ ଓ ହ୍ବାର୍ଟ୍ସ ଆପକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜେଏନୟୁ ହିଂସାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ ପ୍ରମାଣ ସଂରକ୍ଷଣ ରଖିବାକୁ ଫେସବୁକ, ଗୁଗୁଲ ଓ ହ୍ବାଟ୍ସଆପକୁ ନିର୍ଦ୍ଦେଶ ଦେଇଛି । ଏହା ମାମଲାରେ ରିପୋର୍ଟ ଦେବାକୁ ଏହି ମାଜିକ ଗଣମାଧ୍ୟମ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଶୁଣାଣୀ ସମୟରେ ଜେଏନୟୁ କର୍ତ୍ତୃପକ୍ଷଙ୍କୁ ସିସିଟିଭି ଫୁଟେଜ ସହ ସୂଚନା ଦେବାକୁ ଚିଠି ଲେଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଜେଏନୟୁ କର୍ତ୍ତୃପକ୍ଷଙ୍କ ଉତ୍ତର ମିଳିପାରିନାହିଁ ।

ପୂର୍ବରୁ ହିଂସାକାଣ୍ଡ ଆଧାରିତ ତଥ୍ୟକୁ ସଂରକ୍ଷଣ ରଖିବା ପାଇଁ ଜେଏନୟୁର ତିନି ଜଣ ପ୍ରଫେସର ଏକ ପିଟିସନ ଦାଖଲ କରିଥିଲେ । ଏହି ପିଟିସନରେ ହ୍ବାଟ୍ସଆପ ଗ୍ରୁପରେ ହିଂସାକାଣ୍ଡର ଯୋଜନା କରାଯାଇଥିବା କଥା ଦର୍ଶାଯାଇଥିଲା । ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ କାହାରିକି ଗିରଫ କରାଯାଇ ପାରିନାହିଁ । ପୋଲିସ ଆଜି ତିନିଜଣ ଛାତ୍ରଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

ABOUT THE AUTHOR

...view details