ନୂଆଦିଲ୍ଲୀ: ଭାରତର 2019 ସାଧାରଣ ନିର୍ବାଚନ ସାରା ବିଶ୍ବରେ ଚହଳ ପକାଇଛି । ଏଥିପାଇଁ କେବଳ ଭାରତ ପ୍ରସ୍ତୁତ ନାହିଁ ବରଂ ଏହା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ପ୍ରଚାର ପାଇଁ ଯୁବପିଢିଙ୍କୁ ଆକୃଷ୍ଟ କରିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ପାଲଟିଛି ସବୁଠାରୁ ବଡ ମାଧ୍ୟମ ।
ଆଉ ଫେସବୁକ୍ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ କରିଛି । ଆଗାମୀ ନିର୍ବାଚନରେ ମତଦାନ କରିବାକୁ ଥିବା ଦେଶର ୯୦ କୋଟି ଭୋଟରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଫେସବୁକ୍ ବ୍ୟବହାରକାରୀ । ଏହାକୁ ଦୃଷ୍ଟିରେ ରଖି ଫେସବୁକ୍ରେ ଫେକ୍ ନ୍ୟୁଜ ଯେପରି ପ୍ରସାର ନଘଟେ ସେଥିପ୍ରତି ଏକ ଟିମ୍ ନଜର ରଖିଛି । ମିଥ୍ୟା ଖବର, ଗୁଜବ, ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟିଂର ଯେପରି ପ୍ରଚାର ନହୁଏ ସେଥିପ୍ରତି ତୀକ୍ଷ୍ଣ ନଜର ରଖିବାକୁ ଫେସବୁକ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।