ନୂଆଦିଲ୍ଲୀ: ଫେସବୁକ ୟୁଜରଙ୍କ ପାଇଁ ଖୁସି ଖବର । ଏଣିକି ଫେସବୁକରେ ଏକାସାଙ୍ଗରେ 50 ଜଣ ଭିଡିଓ କଲରେ କଥା ହୋଇପାରିବେ ।
ସୂଚନା ଅନୁୟାୟୀ, ଫେସବୁକ ନିଜ ନୂଆ ଭିଡିଓ ଚାଟ୍ ଫିଚରକୁ ମେସେଞ୍ଜର ରୁମ୍ସକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରିଛନ୍ତି । ଏହାକୁ ୟୁଜର ମାନେ ନିଜ ଫୋନ କିମ୍ବା ଡେକ୍ସଟପରେ ବ୍ୟବହାର କରିପାରିବେ । ଏନେଇ ଗତ ଗୁରୁବାର ଘୋଷଣା କରିଛି କମ୍ପାନୀ । ତେବେ ମେସେଞ୍ଜରରେ ଜୁମ ଭଳି ଭିଡିଓ ଚାଟିଙ୍ଗ ଟୁଲ କରାଯାଇ ଏକାସାଙ୍ଗରେ ସିଙ୍ଗଲ ରୁମରେ 50 ଜଣଙ୍କ ଭିଡିଓ କଲିଙ୍ଗ୍ ସେଟିଙ୍ଗ୍ କରାଯାଇଛି । ଲକଡାଉନ ସମୟରେ ଏହି ଟୁଲର ବହୁ ଡିମାଣ୍ଡ ରହିଛି ।
ନୂଆ ପ୍ରଡକ୍ଟ ବହୁ ଫିଚର ବିଶିଷ୍ଟ ଅଟେ । ଏହା ଫେସବୁକ ମେସେଞ୍ଜରର ଭିଡିଏ କଲିଙ୍ଗ୍ ସଂଯୋଗର ଏକ୍ସାପାଣ୍ଡେଡ୍ ଭର୍ଜନ ଅଟେ । ଏହା ଦ୍ବାରା ମୁଖ୍ୟ ଫେସବୁକ ଆପ୍ କିମ୍ବା ଡେଡିକେଟେଡ୍ ମେସେଞ୍ଜର ଜରିଆରେ 50 ଲୋକଙ୍କ ସହ ଭିଡିଓ କଲିଙ୍ଗ କରିହେବ । ଏଥିରେ କୌଣସି ସମୟ ଲିମିଟ୍ ନାହିଁ ।