ଓଡିଶା

odisha

ETV Bharat / bharat

ପ୍ରଥମ ଥର ପାଇଁ ଜିଓ ଫ୍ଲାଟଫର୍ମରେ ଫେସବୁକର ନିବେଶ !

ଫେସବୁକର ଜାଡୁ ହୋଲଡିଂସ ଏଲଏଲସି ଦ୍ବାରା ଜିଓ ପ୍ଲାଟଫର୍ମରେ 9.99 ପ୍ରତିଶତ ଅଂଶଧନ ଅଧିଗ୍ରହଣ ପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ(ସିସିଆଇ) ଅନୁମୋଦନ କରିଛି । ଅଧିକ ପଢନ୍ତୁ....

ପ୍ରଥମ ଥର ପାଇଁ ଜିଓ ଫ୍ଲାଟଫର୍ମରେ ଫେସବୁକ୍ କମ୍ପାନୀର ନିବେଶ
ପ୍ରଥମ ଥର ପାଇଁ ଜିଓ ଫ୍ଲାଟଫର୍ମରେ ଫେସବୁକ୍ କମ୍ପାନୀର ନିବେଶ

By

Published : Jun 24, 2020, 10:05 PM IST


ନୂଆଦିଲ୍ଲୀ: ଫେସବୁକର ଜାଡୁ ହୋଲଡିଂସ ଏଲଏଲସି ଦ୍ବାରା ଜିଓ ପ୍ଲାଟଫର୍ମରେ 9.99 ପ୍ରତିଶତ ଅଂଶଧନ ଅଧିଗ୍ରହଣ ପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ(ସିସିଆଇ) ଅନୁମୋଦନ କରିଛି । ଫେସବୁକ୍ ଏବଂ ଜିଓ ମଧ୍ୟରେ ଏହି ଚୁକ୍ତି ଏପ୍ରିଲରେ ସ୍ବାକ୍ଷରିତ ହୋଇଥିଲା ଯାହାକୁ ବର୍ତ୍ତମାନ ଅନୁମୋଦନ କରାଯାଇଛି । ଏହି ଚୁକ୍ତି ଫେସବୁକ୍ ଏବଂ ଜିଓ ମଧ୍ୟରେ 43 ହଜାର 574 କୋଟି ଟଙ୍କାରେ ହୋଇଥିଲା । ଯଦିଚ ଜିଓ ଏପ୍ରିଲରେ ଏହି ନିବେଶ ନେଇ ଘୋଷଣା କରିଥିଲା ମାତ୍ର ଜାଡୁ ହୋଲଡିଂସ ଏଲଏଲସି ଏହା ବିଷୟରେ କୌଣସି ସୂଚନା ଦେଇନଥିଲା ।

ଜାଡୁ ହୋଲଡିଂସ ଏଲଏଲ୍ସି ହେଉଛି ଏକ ଫେସବୁକ୍ ମାଲିକାନା କମ୍ପାନୀ ଯାହାର ସେୟାର ଚଳିତ ବର୍ଷ ମାର୍ଚ୍ଚରେ ବୃଦ୍ଧି ପାଇଥିଲା । ଏହି କମ୍ପାନୀ ଭାରତ ପୂର୍ବରୁ ଅନ୍ୟ କୌଣସି ଦେଶର କମ୍ପାନୀରେ ବିନିଯୋଗ କରିନାହିଁ । ଏହାର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ମାଧ୍ୟମରେ ସିସିଆଇ ଏହି ଅନୁମୋଦନ ଘୋଷଣା କରିଛି । ଗତ ସପ୍ତାହରେ ଆଣ୍ଟିଟ୍ରଷ୍ଟ ସମୀକ୍ଷା ଅଧୀନରେ ଏହି ଡିଲ୍ ହୋଇଥିଲା ।

ସୂଚନାଯୋଗ୍ୟ ଯେ କେବଳ ଦୁଇ ମାସ ମଧ୍ୟରେ ଜିଓ ପ୍ଲାଟଫର୍ମରେ 1 ଲକ୍ଷ 15 ହଜାର 693.95 କୋଟି ଟଙ୍କା ବିନିଯୋଗ ହୋଇଛି । ଫେସବୁକ୍, ସିଲଭର ଲେକ୍ ପାର୍ଟନର୍ସ, ଭିସ୍ତା ଇକ୍ବିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଣ୍ଟିକ୍, କେକେଆର୍, ମୁବାଡାଲା, ଆବୁଧାବି ନିବେଶ ପ୍ରାଧିକରଣ, ଟିପିଜି ଏବଂ ଏଲ୍ କଟନ୍ ଭଳି କମ୍ପାନୀଗୁଡିକ ଏହି ବିନିଯୋଗ କରିଛନ୍ତି । ଜିଓ ଏହି ବିଶ୍ବସ୍ତରୀୟ କମ୍ପାନୀଗୁଡିକୁ ମୋଟ 24.70 ପ୍ରତିଶତ ଅଂଶଧନ ବିକ୍ରି କରିଛି ।

ପ୍ରକାଶ ଥାଉ କି ଯେ ଗତ ସପ୍ତାହରେ ସାଉଦି ଆରବ ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡ (ପିଏଫ) 2.32 ପ୍ରତିଶତ ଅଂଶଧନ ପାଇଁ ଜିଓ ପ୍ଲାଟଫର୍ମରେ 11 ହଜାର 367 କୋଟି ଟଙ୍କା ବିନିଯୋଗ ଘୋଷଣା କରିଛି, ଯାହା ଆଜି ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତିରେ ସାଉଦିର ସବୁଠାରୁ ବଡ ବିନିଯୋଗ ଅଟେ । ଏହି ବିନିଯୋଗ ପିଆଇଏଫ୍ ରଣନୀତି ଏବଂ ସେମାନଙ୍କର ଭିଜନ 2030 ଅଧୀନରେ ବିନିଯୋଗ କରୁଥିବା କମ୍ପାନୀଗୁଡିକରେ ବିନିଯୋଗ ସହିତ ସମାନ ଅଟେ ।

ABOUT THE AUTHOR

...view details