ଓଡିଶା

odisha

ETV Bharat / bharat

ଫେସବୁକ ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳୁଛି ହତ୍ୟା ଧମକ - Facebook India executive

ଫେସବୁକ ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଅଙ୍ଖୀ ଦାସଙ୍କୁ ମିଳୁଛି ହତ୍ୟା ଧମକ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଫେସବୁକ ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳୁଛି ହତ୍ୟା ଧମକ
ଫେସବୁକ ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳୁଛି ହତ୍ୟା ଧମକ

By

Published : Aug 17, 2020, 7:45 PM IST

ନୂଆଦିଲ୍ଲୀ: ଫେସବୁକ ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଅଙ୍ଖୀ ଦାସଙ୍କୁ ମିଳୁଛି ହତ୍ୟା ଧମକ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଫେସବୁକ୍ ଇଣ୍ଡିଆର ଜନ ନୀତି ନିର୍ଦ୍ଦେଶକ ଅଙ୍ଖୀ ଦାସଙ୍କ ଅଭିଯୋଗ ଉପରେ ସାଇବର ସେଲ୍ ୟୁନିଟ୍ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଦାସ ରବିବାର ଦିନ ଏନେଇ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗ କରିଛନ୍ତି, କିଛି ଲୋକ ଅନଲାଇନରେ ପୋଷ୍ଟ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଛନ୍ତି । ଏପରିକି ସେମାନେ ତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି । ଅଭିଯୋଗ ଅନୁଯାୟୀ, ଏହି ଧମକ ଅଗଷ୍ଟ 14 ରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଆର୍ଟିକିଲ୍ ସହ ଜଡିତ ରହିଛି। ଆର୍ଟିକିଲ୍ ପ୍ରକାଶ ପାଇବା ପରଠାରୁ ତାଙ୍କୁ ଧମକ ଦିଆଯାଉଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହାକୁ ଆଧାର କରି ତାଙ୍କ ପ୍ରତିଷ୍ଠାକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଦାବି କରିଛନ୍ତି।

ତେବେ ଦାସଙ୍କର ରାଜନୈତିକ ସମ୍ପୃକ୍ତି ହେତୁ ତାଙ୍କୁ ଜାଣିଶୁଣି ଅପମାନିତ କରାଯାଉଥିବା ବେଳେ ବର୍ତ୍ତମାନ ଅନଲାଇନ ଏବଂ ଅଫଲାଇନରେ ତାଙ୍କୁ ଧମକ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆମେରିକାର ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଫେସବୁକ ସମ୍ପର୍କରେ ପ୍ରକାଶିତ ଆର୍ଟିକିଲକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ ଚାଲିଛି।

ABOUT THE AUTHOR

...view details