ଓଡିଶା

odisha

ETV Bharat / bharat

ଲକଡାଉନରେ ପିଲାମାନଙ୍କ ପାଇଁ ଆସିଲା ମେସେଞ୍ଜର କିଡ୍ସ

ସାରା ବିଶ୍ବରେ ଲକଡାଉନ ଡାରି ରହିଥିବା ବେଳେ ନିକଟରେ ଫେସବୁକ ଲଞ୍ଚ କରିଛି ଖାସ ପିଲାମାନଙ୍କ ପାଇଁ ମେସେଞ୍ଜର କିଡ୍ସ । ଏହାଦ୍ବାରା ପିଲାମାନେ ଅନଲାଇନରେ ଗ୍ରୁପ କିମ୍ବା ସିଙ୍ଗଲ ଚାର୍ଟ କରିପାରିବେ ।

lockdown, facebook's lockdown gift, messenger kids, technology news, latest facebook news, ଲକଡାଉନ, ଫେସବୁକର ଲକଡାଉନ ଗିଫ୍ଟ, ମେସେଞ୍ଜର କିଡ୍ସ, ଟେକ୍ନୋଲୋଜି ନ୍ୟୁଜ୍‌, ଲାଟେଷ୍ଟ ଫେସବୁକ ନ୍ୟୁଜ୍‌
ଲକଡାଉନରେ ପିଲାମାନଙ୍କ ପାଇଁ ଆସିଲା ମେସେଞ୍ଜର କିଡ୍ସ

By

Published : Apr 24, 2020, 6:38 AM IST

ହାଇଦ୍ରାବାଦ: ସାରା ବିଶ୍ବରେ ଲକଡାଉନ ଡାରି ରହିଥିବା ବେଳେ ଘକରେ ବସି ବୋର ହେଉଥିବା ଛୋଟ ପିଲାଙ୍କ ପାଇଁ ଫେସବୁକ ଆଣିଛି କିଛି ଭିନ୍ନ ସଲ୍ୟୁସନ । ନିକଟରେ ଫେସବୁକ ଲଞ୍ଚ କରିଛି ଖାସ ପିଲାମାନଙ୍କ ପାଇଁ ମେସେଞ୍ଜର କିଡ୍ସ । ଏହାଦ୍ବାରା ପିଲାମାନେ ଅନଲାଇନରେ ଗ୍ରୁପ କିମ୍ବା ସିଙ୍ଗଲ ଚାର୍ଟ କରିପାରିବେ । ତେବେ ଫେସବୁକ ଜରିଆରେ ପିଲାମାନଙ୍କୁ କିଛି ଶିକ୍ଷା ଦେବା ପାଇଁ ଚେଷ୍ଟା ଚାଲିଥିବା ବେଳେ ଏହି ନୂଆ ପଦକ୍ଷେପ ଦ୍ବାରା ପିଲାମାନେ ନିଜ ବାପା ମା’ଙ୍କ ସହିତ ବସି ଅନଲାଇନ ଆକ୍ସେସ ବିଷୟରେ ଶିଖି ପାରିବେ ।

ଏହା ବର୍ତ୍ତମାନ ଆପଲ ଆପ ଷ୍ଟୋରରେ ଉପଲବ୍ଧ ରହିଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ଏହା ଗୁଗୁଲ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ । ତେବେ ପିଲାମାନେ ଏହାର ବ୍ୟବହାର କରି ନିଜ ପରିବାର ଲୋକେ କିମ୍ବା ସାଙ୍ଗମାନଙ୍କ ସହିତ ସମୟ ବିତାଇପାରିବେ। ଏଥିପାଇଁ ଅଭିଭାବକମାନଙ୍କୁ ପ୍ରଥମେ ପିଲାମାନଙ୍କ ଆକଉଣ୍ଟକୁ ସେଟ କରିବାକୁ ହେବ । ତେବେ ଏହା ସମ୍ପୂର୍ଣ୍ଣ ଭାବେ ପ୍ୟାରେଣ୍ଟ କଣ୍ଟ୍ରୋଲ୍ଡ ସ୍ପେଶ ବୋଲି ଫେସବୁକ ପ୍ରକାଶ କରିଛି ।

ଏଥିପାଇଁ ପ୍ରଥମେ ଅଭିଭାବକଙ୍କ ଏହି ଆପ ଡାଉନଲୋଡ କରିବାକୁ ହେବ । ଏହାପରେ ପିଲାମାନଙ୍କ ଆକାଉଣ୍ଟକୁ ନିଜ ଆକାଉଣ୍ଟର ୟୁଜର ନେମ ଓ ପାସୱାର୍ଡ ସହ ଅଥେଣ୍ଟିକେଟ କରିବାକୁ ହେବ । ଏହି ପ୍ରକ୍ରିୟା ସରିବା ପରେ ଅଭିଭାବକଙ୍କୁ ସେଟଅପ ପ୍ରକ୍ରିୟା ସାରିବାକୁ ହେବ । ଏଥିପାଇଁ ପିଲାଙ୍କର ନାମରେ ଏକ ଆକାଉଣ୍ଟ ଖୋଲିବାକୁ ହେବ । ଯେଉଁଥିରେ ଇଚ୍ଛା ମୁତାବକ ଫିଚର ଆପଣ ଆଡ କରିପାରିବେ । ଯେପରିକି ଭିଡିଓ କଲ, ଗ୍ରୁପ ଭିଡିଓ କଲ ଆଦି ଫିଚର ଆପଣ ଚାହିଁଲେ ଆଡ କରିପାରିବେ । ଏହାପରେ ଆପଣ ପିଲାଙ୍କୁ ଏହା ବ୍ୟବହାର କରିବା ପାଇଁ ଦେଇପାରିବେ ।

ତେବେ ପିଲାଙ୍କ ଆକାଉଣ୍ଟରେ କଣ୍ଟାକ୍ଟ ଲିଷ୍ଟ ଆଡ କରିବାକୁ ଚାହୁଁଥିଲେ ଆପଣଙ୍କୁ ନିଜ ଫେସବୁକ ଆକାଉଣ୍ଟରେ ମେସେଞ୍ଜର କିଡ୍ସ ପ୍ୟାରେଣ୍ଟ ଡ୍ୟାସବୋର୍ଡକୁ ଯିବାକୁ ହେବ । ଏହାପରେ ଡାହାଣ ପାର୍ଶ୍ବରେ ତଳେ ଥିବା ‘ମୋର’ ଅପ୍ସନରେ କ୍ଲିକ କରି ମେସେଞ୍ଜର କିଡ୍ସ ସେକ୍ସନକୁ ଯାଇପାରିବେ। ତେବେ ପିଲାମାନଙ୍କ ସୁରକ୍ଷା ପାଇଁ ଏହି ଆପରେ କୌଣସି ଆଡ ରହିବ ନାହିଁ ବୋଲି ଫେସବୁକ ସ୍ପଷ୍ଟ କରିସାରିଛି ।

ABOUT THE AUTHOR

...view details