ଓଡିଶା

odisha

ETV Bharat / bharat

ଫେସବୁକ ବିବାଦ: ଜୁକରବର୍ଗଙ୍କୁ କଂଗ୍ରେସର ଚିଠି, ଉଚ୍ଚସ୍ତରୀୟ ତଦନ୍ତ ଦାବି - ଫେସବୁକ ବିବାଦ

ଉତ୍ତେଜନା ପୂର୍ଣ୍ଣ ପୋଷ୍ଟ ବିରୋଧରେ କଂଗ୍ରେସ ସମ୍ପାଦକ କେ.ସି ଭେନୁଗୋପାଲ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛନ୍ତି। ତଦନ୍ତ ନେଇ ଦାବି । ଅଧିକ ପଢନ୍ତୁ...

ଫେସବୁକ ବିବାଦ: ଜୁକରବର୍ଗଙ୍କୁ କଂଗ୍ରେସର ଚିଠି, ଉଚ୍ଚସ୍ତରୀୟ ତଦନ୍ତ ଦାବି
ଫେସବୁକ ବିବାଦ: ଜୁକରବର୍ଗଙ୍କୁ କଂଗ୍ରେସର ଚିଠି, ଉଚ୍ଚସ୍ତରୀୟ ତଦନ୍ତ ଦାବି

By

Published : Aug 18, 2020, 4:26 PM IST

ନୂଆଦିଲ୍ଲୀ: ଫେସବୁକ ଉପରେ ନିନ୍ତ୍ରଣକୁ ନେଇ ଉଠିଥିବା ବିବାଦ ଥମିବାର ନାଁ ନେଉନାହିଁ । ଏପରିସ୍ଥିତିରେ ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ ପାଇଁ ଫେସବୁକକୁ ଦାବି ଜଣାଇଛି କଂଗ୍ରେସ । ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ୱାଲ୍ ଷ୍ଟ୍ରିଟ୍ ଜେନେରାଲଙ୍କ ଏକ ଆର୍ଟିକିଲ ଉଲ୍ଲେଖ କରାଯାଇଛି।

କେସି ଭେନୁଗୋପାଲ କହିଛନ୍ତି ଯେ ଫେସବୁକ ଇଣ୍ଡିଆର ଜଣେ କର୍ମଚାରୀ ଅଙ୍କୀ ଦାସ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ବିଜେପିକୁ ସାହାଯ୍ୟ କରିଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ଫେସବୁକ ଇଣ୍ଡିଆ ତଦନ୍ତ ଦାବି କରୁଛି। ଏବାବଦରେ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ ହେବା ଉଚିତ ଏବଂ ରିପୋର୍ଟ ସମସ୍ତଙ୍କ ସାମ୍ନାକୁ ଆସିବା ଆବଶ୍ୟକ |

ମାର୍କ ଜୁକରବର୍ଗଙ୍କୁ ପଠାଯାଇଥିବା ଚିଠିରେ କେସି ଭେନୁଗୋପାଲ କହିଛନ୍ତି ଯେ କଂଗ୍ରେସ ଅନେକ ଫେସବୁକ ଅଧିକାରୀଙ୍କ ସହ ପକ୍ଷପାତିତା ପ୍ରସଙ୍ଗ ଉଠାଇଛି।

ଏସମ୍ପର୍କରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି ଯେ ପକ୍ଷପାତ, ମିଥ୍ୟା ଖବର ଏବଂ ଘୃଣା ବକ୍ତବ୍ୟ ଦ୍ବାରା ଆମର କଷ୍ଟ ଉପାର୍ଜିତ ଗଣତନ୍ତ୍ରର ନଷ୍ଟ ହେବାକୁ ଦେବୁନାହିଁ । ତେବେ ନକଲି ଏବଂ ଉତ୍ତେଜନା ପୂର୍ଣ୍ଣ ପୋଷ୍ଟ କରିବା ନେଇ ଫେସବୁକର ସମ୍ପୃକ୍ତିକୁ ସମସ୍ତ ଭାରତୀୟ ପ୍ରଶ୍ନ କରିବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସର ଏପରି ପଦକ୍ଷେପର ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ସେ କହିଛନ୍ତି, ଅତୀତରେ ସୋନିଆ ଗାନ୍ଧୀ କହିଥିଲେ ଯେ ଏହା ହେଉଛି 'ଆମ୍ନାସାମ୍ନି ଲଢେଇ' ଏବଂ ରାହୁଲ ଗାନ୍ଧୀ କହିଛନ୍ତି 'ଜନସାଧାରଣ ପିଏମ ମୋଦୀଙ୍କୁ ବାଡ଼ିରେ ପିଟିବେ' । ଏହା କଣ ଆପତ୍ତିଜନକ ବୟାନ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର ।

ABOUT THE AUTHOR

...view details