ଓଡିଶା

odisha

ETV Bharat / bharat

ଅନଲାଇନ ଶିକ୍ଷା ପାଇଁ ନିହାତି ଜରୁରୀ ଆଖିର ବ୍ୟାୟାମ - Eye exercise

ଅନଲାଇନରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କ ପାଇଁ ନିହାତି ଆବଶ୍ୟ ରହିଛି ଆଖିର ଯତ୍ନ ନେବା । ତେଣୁ ପ୍ରତ୍ୟେକ ଦିନ ବ୍ୟାୟାମ ଓ ଭିଟାମିନ ଏ ଯୁକ୍ତ ଖାଦ୍ୟ ସେବନ ଦ୍ବାରା ହୋଇନଥାଏ ଚକ୍ଷୁ ସମସ୍ୟା । ଅଧିକ ପଢନ୍ତୁ...

ଅନଲାଇନ ଶିକ୍ଷା ପାଇଁ ନିହାତି ଜରୁରୀ ଆଖିର ବ୍ୟାୟାମ
ଅନଲାଇନ ଶିକ୍ଷା ପାଇଁ ନିହାତି ଜରୁରୀ ଆଖିର ବ୍ୟାୟାମ

By

Published : May 19, 2020, 10:58 AM IST

ହାଇଦ୍ରାବାଦ: ଅନଲାଇନ ପଢିବା ଏବଂ ସମୟ କାଟିବା ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ହେତୁ ଆଜିକାଲି ପିଲାମାନଙ୍କ ଆଖି ଉପରେ ପଢୁଥିବା ପ୍ରଭାବ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆଖିକୁ ଶରୀର ସହିତ ଫିଟ ରଖିବାର ଆବଶ୍ୟକତା ଅଛି । ଯୋଗ ମାଧ୍ୟମରେ ଏହା ସମ୍ଭବ ହୋଇଥାଏ। ଏକ ସରକାରୀ ସ୍ନାତକୋତ୍ତର ମହାବିଦ୍ୟାଳୟର ଡାକ୍ତର ଭାଷ୍କର ଶୁକ୍ଳା କହିଛନ୍ତି ଯେ, ଯୋଗ ଦ୍ବାରା ମୋଟା ଚଷମାରୁ ମୁକ୍ତି ପାଇପାରିବ।

ଅନଲାଇନ ଶିକ୍ଷା ପାଇଁ ନିହାତି ଜରୁରୀ ଆଖିର ବ୍ୟାୟାମ

ଡାକ୍ତର ଶୁକ୍ଲା କହିଛନ୍ତି ଯେ ଦିନକୁ ଥରେ ଆଖି ବ୍ୟାୟାମ କରିବା ଉଚିତ। ବ୍ୟାୟାମ ସହିତ ଆଖିକୁ ଦିନକୁ ତିନିରୁ ଚାରିଥର ଥଣ୍ଡା ପାଣିରେ ଧୋଇବା ଉଚିତ । ଥଣ୍ଡା ପାଣି ଆଖି ପାଇଁ ଅମୃତ ପରି ହୋଇଥାଏ । ଭିଟାମିନ ଏ ଅଭାବ ହେତୁ ଆଖି ମଧ୍ୟ ଦୁର୍ବଳ ହୋଇଯାଏ । ତେଣୁ ଭିଟାମିନ୍ ଏ ରେ ଭରପୂର ଖାଦ୍ୟ ଯେପରିକି କ୍ଷୀର, ଆମ୍ବ, ଅମୃତଭଣ୍ଡା, ଗାଜର, ପାଳଙ୍ଗ ଶାଗ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଖାଇବା ଉଚିତ ।

ଆଖି ବ୍ୟାୟାମ

ଆଖିର ଡୋଳା ଦୁଇଟିକୁ ଧୀରେ ଧୀରେ ଡାହାଣରୁ ବାମକୁ ଏବଂ ବାମରୁ ଡାହାଣକୁ 10 ଥର ଘୁରାନ୍ତୁ । ସେହିଭଳି, ଆଖିକୁ 10 ଥର ଲେଖେଁ ଉପରୁ ତଳକୁ ବୁଲାନ୍ତୁ । 10 ଥର ଉପର, ଡାହାଣ, ବାମକୁ ଏହପରି ଘୂରାନ୍ତୁ । ସେହିଭଳି, ବିପରୀତ ଦିଗରେ 10 ଥର ଘୂର୍ଣ୍ଣନ କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଘଣ୍ଟା ଦିଗରେ 10 ଥର ଏବଂ ଓଲଟା ଦିଗରେ 10 ଥର ଘୂର୍ଣ୍ଣନ କରନ୍ତୁ । ପ୍ରଥମେ ଦୂର ଜିନିଷକୁ ଦେଖନ୍ତୁ ତାପରେ ସମାନ ଧାଡିରେ ପାଖ ଜିନିଷକୁ ଦେଖନ୍ତୁ । ଏହିପରି ଭାବେ 10 ଥର କରନ୍ତୁ । ଶେଷରେ ଦୁଇ ପାପୁଲିକୁ ଏକତ୍ର ଘଷିବା ଦ୍ୱାରା ହାଲୁକା ଗରମ କରନ୍ତୁ ଏବଂ ଆଖିକୁ ଧୀରେ ଧୀରେ ଦବାନ୍ତୁ । ଦେଖିବେ ଏପରି କରିବା ଦ୍ବାରା ଆପଣଙ୍କୁ ଆଉ ଆଖିର ଯନ୍ତ୍ରଣା ଭୋଗିବାକୁ ପଡିବନି ।

ABOUT THE AUTHOR

...view details