ଓଡିଶା

odisha

ETV Bharat / bharat

କୁଳଭୂଷଣ ଯାଦବ ପ୍ରସଙ୍ଗ: ଆଜି ସଂସଦରେ ତଥ୍ୟ ରଖିବେ ବୈଦେଶିକ ମନ୍ତ୍ରୀ

ଭାରତୀୟ ନାଗରିକ କୁଳ ଭୂଷଣ ଯାଦବଙ୍କ ସପକ୍ଷରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ରାୟ ଦେବାପରେ ଆଜି ସଂସଦକୁ ଅବଗତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ।

ଫାଇଲ ଫଟୋ

By

Published : Jul 18, 2019, 10:48 AM IST

ନୂଆଦିଲ୍ଲୀ: ଗତ 2016 ମସିହାରୁ ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆତଙ୍କବାଦ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ କରି ରଖିଥିବା ପାକିସ୍ତାନକୁ ଗତକାଲି ଆନ୍ତର୍ଜାତୀୟ ନ୍ୟାୟ ଅଦାଲତରୁ ଜବରଦସ୍ତ ଝଟକା ମିଳିବା ପରେ ଏବେ ଭାରତର ବିରାଟ ବଡ କୂଟନୈତିକ ବିଜୟ ହୋଇଛି ।

ଗତ 2016 ମସିହାରୁ ଭାରତ ସରକାର କୁଳଭୂଷଣଙ୍କୁ ମୁକୁଳାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଆସୁଛନ୍ତି । ତେବେ ଗତକାଲି ଆଇସିଜେର 15ଜଣ ବିଚାରପତି ଭାରତ ପକ୍ଷରେ ରାୟ ଶୁଣାଇବା ପରେ ଏବେ ସମସ୍ତଙ୍କର ନଜର ପାକିସ୍ତାନ ଉପରେ, କାରଣ ପାକିସ୍ତାନ ଆଇସିଜେର ରାୟ ମାନୁଛି କି ନାହିଁ ।

ଅନ୍ୟପଟେ ସଂସଦ ଚାଲୁଥିବାରୁ ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଏହି ପ୍ରସଙ୍ଗରେ ସମସ୍ତ ତଥ୍ୟ ଗୃହକୁ ଅବଗତ କରାଇବେ । ପରମ୍ପରା ଅନୁସାରେ ସଂସଦ ଚାଲୁଥିବା ସମୟରେ ସରକାର ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବା ଆନ୍ତର୍ଜାତୀୟ କ୍ଷେତ୍ରରେ କୌଣସି ସମସ୍ୟା ଆସେ, ପ୍ରଥମେ ତାହାକୁ ସଂସଦକୁ ଅବଗତ କରାଇବା ପରମ୍ପରା ରହିଛି ।

ABOUT THE AUTHOR

...view details