ନେପାଳ: କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଭାରତ-ନେପାଳ ସୀମାନ୍ତ ସହର କାକରଭିଟା ଠାରେ ଭାରତରୁ ଆସୁଥିବା ଲୋକଙ୍କ ବ୍ୟାପକ ସ୍କ୍ରିନିଂ କରାଯାଉଛି ।
ଭାରତ-ନେପାଳ ସୀମାନ୍ତରେ କୋରୋନା ପାଇଁ ବ୍ୟାପକ ସ୍କ୍ରିନିଂ - coronavirus safety measures
ଭାରତ-ନେପାଳ ସୀମାନ୍ତ ସହର କାକରଭିଟା ଠାରେ ଭାରତରୁ ଆସୁଥିବା ଲୋକଙ୍କ ବ୍ୟାପକ ସ୍କ୍ରିନିଂ କରାଯାଉଛି । ଅଧିକ ଖବର ପଢନ୍ତୁ...
କୋରୋନା ପାଇଁ ଚାରିଆଡେ ଏବେ କଡା ସୁରକ୍ଷା ବ୍ୟବସ୍ଥା । ବିମାନ ବନ୍ଦର,ରେଳ ଷ୍ଟେସନ ସବୁ ସ୍ଥାନରେ ସ୍କ୍ରିନିଂ ମାଧ୍ୟମରେ ଚେକିଂ କରାଯାଉଛି । ତେବେ ମହାମାରୀର ରୂପ ନେଉଥିବା ଏହି ଭାଇରସ ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ବିପତ୍ତିରୁ କିପରି ମୁକ୍ତି ମିଳିପାରିବ ସେନେଇ ସବୁ ଦେଶବାସୀ ଅଣ୍ଟା ଭିଡିଛନ୍ତି ।
ତେବେ ଚୀନର କୋରୋନା ମୃତ୍ୟୁସଂଖ୍ୟାକୁ ଟପିଗଲାଣି ଇଟାଲୀ । ଏଭଳି ଏକ ବିଷମ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସମସ୍ତେ ଏକଜୁଟ୍ ହୋଇଛନ୍ତି । ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦିଆଯାଇଥିବା ବେଳେ ବାହାରକୁ ଯାତ୍ରା ନକରି ଘରେ ରହିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି । ଏହାକୁ ନିଜ ପାଇଁ ଓ ଅନ୍ୟ ମାନଙ୍କ ପାଇଁ ହିତକର ସାଧିତ ହେବ ।