ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ନେଇ ଜମ୍ମୁ-କାଶ୍ମୀର ପ୍ରଶାସନ ଏବଂ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପି ଚିଦାମ୍ବରମ । ପିଏସଏ ଅଧିନରେ ବୃଦ୍ଧି ହୋଇଥିବା ମେହବୁବାଙ୍କ ଗୃହବନ୍ଦୀ ଅବଧିକୁ ସେ ଆଇନର ଅପବ୍ୟବହାର ବୋଲି କହିଛନ୍ତି ।
ଚିଦାମ୍ବରମ ଶନିବାର ଏନେଇ ଟ୍ୱିଟ କରି କହିଛନ୍ତି, ଜନ ସୁରକ୍ଷା ଆଇନ ଅଧୀନରେ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧି କରିବା ଆଇନର ଅପବ୍ୟବହାର । ଏହା ପ୍ରତ୍ୟେକ ନାଗରିକଙ୍କ ସମ୍ବିଧାନିକ ଅଧିକାର ଉପରେ ଆକ୍ରମଣ । ଜଣେ 61 ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ 24 ଘଣ୍ଟା ସୁରକ୍ଷାକର୍ମୀଙ୍କ ଅଧୀନରେ ରହୁଛନ୍ତି । ସେ କିପରି ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ ।