ଓଡିଶା

odisha

ETV Bharat / bharat

ପୋଲିସ ଷ୍ଟେସନ ବାହାରେ ଆଇଡି ବିସ୍ଫୋରଣ, ଜଣେ ଯବାନ ଆହତ

ଶ୍ରୀନଗରର ଲାଲ ବଜାର ପୋଲିସ ଷ୍ଟେସନ ବାହାରେ ଗୁରୁବାର ଗ୍ରେନେଡ଼୍ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏସଏସବିର ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Feb 6, 2020, 2:16 PM IST

explosion
ଆଇଡି ବିସ୍ଫୋରଣ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଶ୍ରୀନଗରର ଲାଲ ବଜାର ପୋଲିସ ଷ୍ଟେସନ ବାହାରେ ଗୁରୁବାର ଗ୍ରେନେଡ଼୍ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏସଏସବିର ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଏହା ପୂର୍ବରୁ ବୁଧବାର ଶ୍ରୀନଗରର ପାରିମ ପୋରାସ୍ଥିତ ଚେକ ପୋଷ୍ଟ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଭାରତୀୟ ଯବାନ ଏନକାଉଣ୍ଟର କରି 2 ଜଣ ଆତଙ୍କୀଙ୍କୁ ନିପାତ କରିଥିଲେ। ଏହା ବ୍ୟତୀତ ଅନ୍ୟଜଣେ ଆତଙ୍କୀକୁ ଆହତ ଅବସ୍ଥାରେ ଗିରଫ ମଧ୍ୟ କରିଥିଲେ।

ABOUT THE AUTHOR

...view details