ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧରରେ ଏକ ବେଆଇନ ବାଣ କାରଖାନାରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି । ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ ଏହାର ପ୍ରଭାବରେ ନିକଟରେ ଥିବା କିଛି ଘରେ ଫାଟ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ରବିବାର ଦୀପାବଳି ସମୟରେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଏକ ଖାଲିସ୍ଥାନରେ ଏହି କାରଖାନାଟି ଥିବା କାରଣରୁ ଅତ୍ୟଧିକ କ୍ଷତି ହୋଇନାହିଁ । ମାତ୍ର ଏହି ବିସ୍ଫୋରଣ ଶବ୍ଦ 2 କିଲୋମିଟର ଶୁଣିବାକୁ ମିଳିଥିଲା । ଏହାର ପ୍ରଭାବରେ ନିକଟରେ ଥିବା କିଛି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।