ଓଡିଶା

odisha

By

Published : Oct 22, 2019, 9:47 AM IST

ETV Bharat / bharat

ବାଣ ଗୋଦାମରେ ବିସ୍ଫୋରଣ, 13 ଗୁରୁତର

ସୋମବାର ଆସାମର ଏକ ବାଣ ଗୋଦାମରେ ବିସ୍ଫୋରଣ ହେବାରୁ 13 ଜଣ ଶ୍ରମିକ ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗୌହାଟି: ଗତ ସୋମବାର ଆସାମର ବରପେଟା ଜିଲ୍ଲାରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଛି । ଯେଉଁଥିରେ 13 ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ଏହି ଗୋଦାମରେ କର୍ମଚାରୀ ବାଣ ତିଆରି କରୁଥିବା ସମୟରେ ହଠାତ ବିସ୍ଫୋରଣ ହେବା ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ 13 ଜଣ ଶ୍ରମିକ ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ଆଉ କିଛି ଲୋକ ନିଜ ଜୀବନ ରକ୍ଷା କରିବା ପାଇଁ ନିକଟରେ ଥିବା ଏକ ପୋଖରୀକୁ ଡେଇଁ ପଡିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ପଛରେ କାରଣ ସମ୍ପର୍କରେ ଜଣାପଡିନାହିଁ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ABOUT THE AUTHOR

...view details