ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗର ଏକ ପ୍ଲାଷ୍ଟିକ କାରଖାନାରେ ବିସ୍ଫୋରଣ, 5 ମୃତ - ପଶ୍ଚିମବଙ୍ଗର ଏକ ପ୍ଲାଷ୍ଟିକ ଫ୍ୟାକଟ୍ରୀରେ ନିଆଁ

ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଏକ ପ୍ଲାଷ୍ଟିକ୍ କାରଖାନାରେ ଅଗ୍ନିକାଣ୍ଡ ସହ ବିସ୍ଫୋରଣ । 5 ମୃତ, ପଢନ୍ତୁ ଅଧିକ....

ପଶ୍ଚିମବଙ୍ଗର ଏକ ପ୍ଲାଷ୍ଟିକ ଫ୍ୟାକଟ୍ରୀରେ ବିସ୍ପୋରଣ  , 5 ମୃତ ଅନେକ ଆହାତ
ପଶ୍ଚିମବଙ୍ଗର ଏକ ପ୍ଲାଷ୍ଟିକ ଫ୍ୟାକଟ୍ରୀରେ ବିସ୍ପୋରଣ , 5 ମୃତ ଅନେକ ଆହାତ

By

Published : Nov 19, 2020, 5:11 PM IST

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ସୁଜାପୁର ବସ୍ ଷ୍ଟାଣ୍ଡ ନିକଟରେ ଥିବା ଏକ ପ୍ଲାଷ୍ଟିକ୍ କାରଖାନାରେ ଅଗ୍ନିକାଣ୍ଡ ସହ ବିସ୍ଫୋରଣ । ଏଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 10 ରୁ ଊର୍ଦ୍ଧ୍ବ ଆହତ ହେଇଥିବା ଆଶଙ୍କା କରାଯାଉଛି । ଆହତଙ୍କୁ ଘଟଣାସ୍ଥଳରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ତେବେ କେଉଁ କାରଣରୁ ନିଆଁ ଲାଗି ବିସ୍ଫୋରଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।

ପଶ୍ଚିମବଙ୍ଗର ଏକ ପ୍ଲାଷ୍ଟିକ ଫ୍ୟାକଟ୍ରୀରେ ବିସ୍ପୋରଣ , 5 ମୃତ ଅନେକ ଆହାତ

ପଶ୍ଚିମବଙ୍ଗ ସରକାର ବିସ୍ଫୋରଣରେ ମୃତକଙ୍କ ପରିବାର ପାଇଁ 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଆଲାପନ ବାନାର୍ଜୀ ଏହି ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହିତ ମ୍ୟୁନିସିପାଲିଟି ଏବଂ ନଗର ଉନ୍ନୟନ ମନ୍ତ୍ରୀ ଫରହାଦ୍ ହାକିମ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ ଅନେକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ଦେଖାଦେଇଛି । ଏହି ଘଟଣାର ଏନଆଇଏ ତଦନ୍ତ ଦାବି କରିଛନ୍ତି ବିଜେପି ସାଂସଦ ଖାଗେନ ମୁର୍ମୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details