ଓଡିଶା

odisha

ETV Bharat / bharat

COVID-୧୯ ସଂକ୍ରମଣକୁ ରୋକିବା ଲାଗି ଡିଜିଟାଲ୍‌ ପରୀକ୍ଷଣ - ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

ଚଳିତ ସପ୍ତାହରେ କୋଭିଡ୍‌-19ର ସଂକ୍ରମଣ ଏବଂ ଏହାର ବ୍ୟାପକତାକୁ ଦେଖି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି କ୍ଷେତ୍ରରେ କାବୁ ପାଇବା ଲଗି ବିଶ୍ଵସ୍ତରରେ ବିଭିନ୍ନ କ୍ଷେତ୍ରର ଉଦ୍ୟମ ଆବଶ୍ୟକ ବୋଲି ମତ ଦେଇଛନ୍ତି । ସେପଟେ ବିଭିନ୍ନ ଗବେଷଣାରୁ ଜଣାଯାଇଛି ଯେ, ଏହିପରି ବିପର୍ଯ୍ୟୟ ସଙ୍ଗେ ସଫଳତାର ସହ ଲଢିବାକୁ ହେଲେ ଆମକୁ ଡିଜିଟାଲ୍‌ ଭିତ୍ତିଭୂଭିମକୁ ସଶକ୍ତ କରିବାକୁ ହେବ। ଅଧିକ ପଢନ୍ତୁ...

outbreak of COVID-19
COVID-୧୯ ସଂକ୍ରମଣକୁ ରୋକିବା ଲାଗି ଡିଜିଟାଲ୍‌ ପରୀକ୍ଷଣ

By

Published : Apr 4, 2020, 11:03 AM IST

ହାଇଦ୍ରାବାଦ: ଚଳିତ ସପ୍ତାହରେ କୋଭିଡ୍‌-19ର ସଂକ୍ରମଣ ଏବଂ ଏହାର ବ୍ୟାପକତାକୁ ଦେଖି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି କ୍ଷେତ୍ରରେ କାବୁ ପାଇବା ଲଗି ବିଶ୍ଵସ୍ତରରେ ବିଭିନ୍ନ କ୍ଷେତ୍ରର ଉଦ୍ୟମ ଆବଶ୍ୟକ ବୋଲି ମତ ଦେଇଛନ୍ତି । ବିଭିନ୍ନ ଦେଶ ଭିତରେ ଏକତା, ସମନ୍ବୟ ରକ୍ଷା ଏବଂ ସଂକଳ୍ପ ଦ୍ଵାରା ଏହି ଭୟାବହ ମହାମାରୀକୁ ପରାସ୍ତ କରାଯାଇପାରିବ ବୋଲି ସଂଗଠନ ପକ୍ଷରୁ ବୁଧବାର ଦିନ କୁହାଯାଇଛି ।

ବିଭିନ୍ନ ଗବେଷଣାରୁ ଏହି ବିଷୟରେ ଆମେ ଉପନୀତ ହେଉଛୁ ଯେ, କୋଭିଡ୍‌ ୧୯କୁ ମୁକାବିଲା କରିବା ତଥା ଆଗକୁ ଏହିପରି ବିପର୍ଯ୍ୟୟ ସଙ୍ଗେ ସଫଳତାର ସହ ଲଢିବାକୁ ହେଲେ ଆମକୁ ଡିଜିଟାଲ୍‌ ଭିତ୍ତିଭୂଭିମକୁ ସଶକ୍ତ କରିବାକୁ ହେବ। ଜନସାଧାରଣଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ, ରୋଗ ସଂକ୍ରମଣର ପ୍ୟାଟର୍ନ ଏବଂ ସେମାନଙ୍କ ସ୍ଵାସ୍ଥ୍ୟ ବିଷୟରେ ତଦାରଖ ପ୍ରଭୃତି ଏହି ମହାମାରୀକୁ ପ୍ରତିରୋଧ କରିବାରେ ସହାୟକ ହୋଇପାରିବ ।

ଏହି କୋଭିଡ୍‌ ୧୯ ମହାମାରୀ ସମୟରେ ଆମେ ସାରା ପୃଥିବୀରେ ତିନୋଟି ବିଷୟକୁ ସର୍ବବ୍ୟାପୀ ଲକ୍ଷ୍ୟ କରୁଛୁ । ତାହା ହେଲା ଅନ୍‌ଲାଇନ୍‌ ସେବାର ବହୁଳ ବ୍ୟବହାର, ପାରମ୍ପରିକ ଶିଳ୍ପରେ ଇଣ୍ଟରନେଟ ସେବାର ଅବାଶ୍ୟକତା ଏବଂ ଭିନ୍ନ ଭିନ୍ନ ପ୍ରକାରର ଶିଳ୍ପ ଭିତରେ ତ୍ଵରାନ୍ବିତ ଯୋଗାଯୋଗ ।

ରିପୋର୍ଟ ଅନୁସାରେ ଏହି ତିନି ଡେଟା ଷ୍ଟ୍ରିମ୍‌ରୁ ଯେଉଁ ବର୍ଗ ବାସ୍ତବରେ ସମ୍ବେଦନଶୀଳ ସେମାନଙ୍କ ବାସ୍ତବ ସମୟ ଯାତ୍ରା ପ୍ୟାଟର୍ନ ଯାହା ରୋଗକୁ ପ୍ରସାର କରିବାରେ ସହାୟକ ହୋଇଥାଏ ତାହାକୁ ଜାଣିବା ସହଜ ହୋଇଥାଏ । ବର୍ତ୍ତମାନ ଯାଏ ଏହି ତଥ୍ୟ ହାସଲ କରିବା କଷ୍ଟକର ହୋଇ ରହିଛି । ଯାହାଫଳରେ ମହାମାରୀ ଖୁବ୍‌ ତୀବ୍ର ଗତିରେ ଆଗକୁ ମାଡି ଚାଲିଛି । ସମ୍ପ୍ରତି ଲୋକଙ୍କ ବହୁଳ ଯୋଗାଯୋଗ ଏବଂ ବର୍ଦ୍ଧିତ ଯାତାୟାତ ପରିପ୍ରେକ୍ଷୀରେ ଏହିଭଳି ତଥ୍ୟ ରୋଗ ସଂକ୍ରମଣ ଉପରେ ନଜର ରଖିବା ଏବଂ ଏହାର ପ୍ରତିରୋଧ କରିବା ଲାଗି ରଣନୀତି ପ୍ରସ୍ତୁତିରେ ବିଶେଷ ସହାୟକ ହୋଇପାରିବ ।

କିଛି ଗବେଷକ, ସେମାନଙ୍କ ଘରୋଇ ଅନୁଷ୍ଠାନ ଏବଂ ରାଜ୍ୟ ସରକାରମାନଙ୍କ ସହାୟତାରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ, ସ୍ଵାସ୍ଥ୍ୟ ମାନଚିତ୍ର, ପ୍ରସ୍ତୁତ କରୁଛନ୍ତି ଯାହା ରୋଗ ସଂକ୍ରମଣ ସ୍ଥାନ, ସମୟ ଓ ପ୍ରାରମ୍ଭ ବାବଦରେ ସୂଚନା ଦେବାରେ ସହାୟକ ହେଉଛି । ମାନଚିତ୍ରରେ ସହର ଭିତରକୁ ପ୍ରବେଶ କରିବା ବେଳକୁ କେଉଁ ଭୁତାଣୁ ସଂକ୍ରମିତ ହୋଇଛି, ଜୀବାଣୁ ଜନିତ ରୋଗ ଯାହା ସେଠାରେ ଘଟିଛି ସେ ବାବଦରେ ସୂଚିତ କରାଉଛି ।

ଏବେ ପୃଥିବୀ ପୃଷ୍ଠର 200ରୁ ଅଧିକ ରାଷ୍ଟ୍ରରେ କୋରୋନା ଭୂତାଣୁ ସଂକ୍ରମଣ ତାହାର ପରାକାଷ୍ଠା ଦେଖାଇଛି । ବିଶ୍ଵ ସ୍ତରରେ 10 ଲକ୍ଷ ଲୋକ ଏହି ଭୂତାଣୁର ଶିକାର ହୋଇଛନ୍ତି । ଏହା ଏକ ବିଶାଳ ଝଡ ଭଳି ବିପର୍ଯ୍ୟୟ ସୃଷ୍ଟି କରିଛି, ଯାହା ବିଶ୍ଵସ୍ତରରେ କେବଳ ଚିକିତ୍ସା ବ୍ୟବସ୍ଥାକୁ ଭାରାକ୍ରାନ୍ତ କରିଛି ତାହା ନୁହେଁ, ବରଂ ଶିଶୁ ଯତ୍ନ, ଶିକ୍ଷା, ନିଯୁକ୍ତି ଏବଂ ପରିବହନ କ୍ଷେତ୍ରରେ ଅପ୍ରତ୍ୟାଶିତ କ୍ଷତି ପହଞ୍ଚାଇଛି ।

ABOUT THE AUTHOR

...view details