ଚେନ୍ନାଇ: ଚେନ୍ନାଇ ଏୟାରପୋର୍ଟରୁ ଜବତ ହେଲା 3 ହଜାର 58 ଗ୍ରାମର ବହୁ୍ମୂଲ୍ୟ ମାଣିକ । ଅବକାରୀ ବିଭାଗ ଏହି ମାଣିକ ଓ ନୀଳମଣି ପଥରକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଜବତ ପଥରଗୁଡିକର ମୂଲ୍ୟ ପ୍ରାୟ 31.4 ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଇଛି ।
ଏୟାରପୋର୍ଟରେ ଥିବା ଗ୍ରୀନ ଚ୍ୟାନେଲ ଅତିକ୍ରମ କରିବା ପରେ ପଥର ନେଇ ଯାଉଥିବା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ସମୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ଅବକାରୀ ବିଭାଗ । ସମ୍ପୂର୍ଣ୍ଣ ଛାନଭିନ ପରେ ବ୍ୟକ୍ତିଙ୍କ ପାଖରୁ ଜବତ ହୋଇଥିଲା ଅତି ମୂଲ୍ୟବାନ ପଥର । ଯାହାକୁ ବ୍ୟକ୍ତି ଜଣଙ୍କ ନିଜ ମଳାଶୟରେ ଲୁଚାଇ ନେବାକୁ ଉଦ୍ୟମ କରୁଥିଲେ ।