ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିର(ବିଏସପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀଙ୍କ ଭାଇ ଆନନ୍ଦ କୁମାର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟକର ବିଭାଗର ବଡ କାର୍ଯ୍ୟାନୁଷ୍ଠାନ । ଆନନ୍ଦଙ୍କ ବିରୋଧରେ ଆୟକର ବିଭାଗ ଚଢାଉ କରି 400 କୋଟି ଟଙ୍କାର ଏକ ବେନାମୀ ଫ୍ଲାଟ ଜବତ କରିଛି । ମୋଟ 7 ଏକରର ଏହି ବଡ ଫ୍ଲାଟଟି ନୋଏଡାରେ ଥିବା ନେଇ ଜଣା ପଡିଛି ।
ଆଇଟି ଜାଲରେ ମାୟାଙ୍କ ଭାଇ, 400 କୋଟିର ଫ୍ଲାଟ ଜବତ - ଆୟକର ବିଭାଗ
ବହୁଜନ ସମାଜ ପାର୍ଟିର(ବିଏସପି) ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁଶ୍ରୀ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ବିରେଧରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ । ପ୍ରାୟ 7 ଏକର ଜମିରେ ନିର୍ମିତ 400 କୋଟିର ଫ୍ଲାଟ ଜବତ ।
![ଆଇଟି ଜାଲରେ ମାୟାଙ୍କ ଭାଇ, 400 କୋଟିର ଫ୍ଲାଟ ଜବତ](https://etvbharatimages.akamaized.net/etvbharat/prod-images/768-512-3875753-thumbnail-3x2-delhi.jpg)
ଫାଇଲ ଫଟୋ
ଫ୍ଲାଟ ବ୍ୟତୀତ ବସପା ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ପତ୍ନୀ ବିଚିତ୍ରଲତାଙ୍କ ପଖରେ ଆହୁରି ମଧ୍ୟ ବେନାମୀ ସମ୍ପତ୍ତି ରହିଛି । ଏନେଇ ଭବିଷ୍ୟତରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ନେଇ ସମ୍ଭାବନା ରହିଛି । ଏହି ମାମଲାର ଯାଞ୍ଚ ଆୟକର ବିଭାଗ ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ କରୁଛି ।