ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ମାମଲାର ଦୋଷୀ ତଥା ବିଜେପିରୁ ବହିଷ୍କୃତ ବିଧାୟକ କୁଳଦୀପ ସେଙ୍ଗର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ତଳକୋର୍ଟ ଦେଇଥିବା ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କୁଳଦୀପ । ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀର ତୀସ ହଜାରି କୋର୍ଟ କୁଳଦୀପଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ତଳ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସେ ହାଇକୋର୍ଟରେ ଅପିଲ କରିଛନ୍ତି ।
ଆଜୀବନ କାରାଦଣ୍ଡକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ କୁଳଦୀପ ସେଙ୍ଗର - Kuldeep Singh Sengar approached Delhi High Court
ଉନ୍ନାଓ ଗଣଦୁଷ୍କର୍ମ ମାମଲାର ଦୋଷୀ କୁଳଦୀପ ସେଙ୍ଗର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ । ତଳକୋର୍ଟ ଦେଇଥିବା ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କୁଳଦୀପ । ଅଧିକ ପଢନ୍ତୁ...
ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଉନ୍ନାଓର ପୂର୍ବତନ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗର ଡିସେମ୍ବର 16 ତାରିଖରେ ଟ୍ରାୟଲ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦିଲ୍ଲୀ ତିସ୍ହଜାରୀ କୋର୍ଟ ଏହି ମାମଲାରେ ପୋକ୍ସୋ ଆଇନ ଏବଂ ଆଇପିସି ଧାରା ୩୭୬ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେଙ୍ଗରଙ୍କ ନାଁରେ ମୋଟ ୫ଟି ମାମଲା ହୋଇଥିଲା। ମାତ୍ର ଗୋଟିଏ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ସହ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କହିଥିଲେ । ଦୁଷ୍କର୍ମ ମାମଲାରେ ସେଙ୍ଗାରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।
୨୦୧୭, ଜୁନ ୪ରେ ନାବାଳିକାଙ୍କୁ ଚାକିରି ଲୋଭ ଦେଖାଇ ଅପହରଣ କରି ଦୁଷ୍କର୍ମ କରିଥିଲେ କୁଳଦୀପ ଓ ତାଙ୍କର ଦୁଇ ଭାଇ। ଗତବର୍ଷ ଏପ୍ରିଲ ମାସରେ ଆଲ୍ଲାହାବାଦ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ସେଙ୍ଗରଙ୍କୁ ଗିରଫ କରିଥିଲା । ୨୦୧୯, ଜୁଲାଇ ମାସରେ ପୀଡ଼ିତା ନିଜ ପରିବାର ସହ କାର୍ରେ ରାୟବରେଲି ଯାଉଥିଲା ବେଳେ ଏକ ନମ୍ବର ବିହୀନ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ମା' ଓ ଖୁଡ଼ିଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପଛରେ ସେଙ୍ଗରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।