ଓଡିଶା

odisha

ETV Bharat / bharat

ବୁଥ ବାହୁଡା ମତ: ମହାରାଷ୍ଟ୍ର-ହରିୟାଣାରେ ବାଜିମାତ କରିବ ବିଜେପି

ହରିୟାଣା ଓ ମାହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକରେ କଂଗ୍ରେସ ଧରାଶାୟୀ ହେବା ନେଇ ଏକଜିଟ୍ ପୋଲ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ...

By

Published : Oct 21, 2019, 9:25 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମୋଦି 2.0ର ପ୍ରଥମ ପରୀକ୍ଷା ସୋମବାର ସରିଛି । ଏହି ପରୀକ୍ଷା ଫଳାଫଳ 24 ଅକ୍ଟୋବରେ ପ୍ରକାଶ ପାଇବ । ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକରେ କଂଗ୍ରେସ ଧରାଶାୟୀ ହେବ ନେଇ ଏକଜିଟ୍ ପୋଲ ପୂର୍ବାନୁମାନ କରିଛି ।

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ଏକଜିଟ୍ ପୋଲରେ ଏନେଇ ଅନୁମାନ କରାଯାଉଛି । କଂଗ୍ରେସ, ଏହାର ସହଯୋଗୀ ଓ ଅନ୍ୟାନ୍ୟ ଦଳକୁ ପଛରେ ପକାଇବ ବିଜେପି ।


EXIT POLLS: ହରିୟାଣା ବିଧାନସଭା ନିର୍ବାଚନ-2019

EXIT POLLS: ହରିୟାଣା ବିଧାନସଭା ନିର୍ବାଚନ-2019


EXIT POLLS: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ-2019

EXIT POLLS: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ-2019

ଏଠାରେ ସୂଚନା ଯୋଗ୍ୟ ଯେ, ସୋମବାର ମହାରାଷ୍ଟ୍ରର 288 ଓ ହରିୟାଣାର 90ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ସଂଧ୍ୟା 6ଟା ସୁଦ୍ଧା ମହାରାଷ୍ଟ୍ରରେ 60.5% ପ୍ରତିଶତ ଓ ହରିୟାଣାରେ 65%ପ୍ରତିଶତ ମତଦାନ ହୋଇଛି । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମିଳିତ ଭାବେ ନିର୍ବାଚନ ଲଢୁଥିବା ବେଳେ ହରିୟାଣାରେ ବିଜେପି ଏକାକୀ ଲଢୁଛି । ତେବେ ମହାରାଷ୍ଟ୍ର ପାଇଁ ବିଜେପି ଶିବସେନା ମେଣ୍ଟ ଏନସିପି ଓ କଂଗ୍ରେସ ମେଣ୍ଟ ସହ ଲଢୁଥିବା ବେଳେ ହରିୟାଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଛି ।

ABOUT THE AUTHOR

...view details