ଓଡିଶା

odisha

By

Published : Feb 9, 2020, 1:30 AM IST

ETV Bharat / bharat

ସଠିକ ନୁହେଁ ଏକଜିଟ ପୋଲ: ମୀନାକ୍ଷୀ ଲେଖୀ

ବିଜେପି ଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖୀ କହିଛନ୍ତ ଏକଜିଟ ପୋଲ ସଠିକ ନୁହେଁ । ଫଳାଫଳ ଘୋଷଣା ପରେ ସମସ୍ତ ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ ଏବଂ ବିଜେପି ଅଧିକ ଆସନ ପାଇବ ବୋଲି କହିଛିନ୍ତି ବିଜେପି ସାଂସଦ । ଅଧିକ ପଢନ୍ତୁ...

exit-poll-are-not-exact-poll-says-bjp-mp-minakshi-lekhi
ଏକଜିଟ ପୋଲ ସଠିକ ନୁହିଁ ଫଳାଫଳ ପରେ ସବୁ ଭୁଲ ସାବ୍ୟସ୍ତ ହେବ: ମୀନାକ୍ଷୀ ଲେଖୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ଶେଷ ହୋଇଛି ମତଦାନ । ଆସିଛି ବୁଥ ବାହୁଡା ମତ । ବିଭିନ୍ନ ଏକଜିଟ ପୋଲ ସର୍ଭେ କହୁଛି ପୁଣିଥରେ ଜାରି ରହିବ ଆପ ଯାଦୁ । ସମସ୍ତ ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ । ଆମେ ସରକାର ଗଠନ କରିବୁ । ଆମକୁ ସରକାର ଗଠନରୁ କେହି ଅଟକାଇ ପାରିବେ ନାହିଁ ବୋଲି ଦୃଢକ୍ତି ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି ।

ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ସିଲ ହୋଇସାରିଛି । ବିଜେପି ଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖୀ କହିଛନ୍ତି, ଏକଜିଟ ପୋଲ ସଠିକ ପୋଲ ନୁହେଁ ଫଳାଫଳ ଘୋଷଣା ପରେ ସମସ୍ତ ଏକଜିଟ ପୋଲ ଭୁଲ ସାବ୍ୟସ୍ତ ହେବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜର ବିଧାନସଭା ସିଟ ହରାଇବେ । ମୁଁ ଅତି ଧର୍ଯ୍ୟ ଓ ବିଶ୍ବାସର ସହିତ କହୁଛି ବିଜେପି ନିଶ୍ଚିତ ବିଜୟ ହାସଲ କରିବ ଏବଂ ସରକାର ଗଠନ କରିବ ବୋଲି ପ୍ରକାଶ କରିଛନ୍ତି ମୀନାକ୍ଷା ଲେଖୀ ।

ଏକଜିଟ ପୋଲ ସଂସ୍ଥାଗୁଡିକ ବିଧାନସଭା ଅଞ୍ଚଳର କିଛି ଲୋକଙ୍କ ମତକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି । ଏକଜିଟ ପୋଲ କେବେ ମଧ୍ୟ ସଠିକ ଫଳାଫଳ ପ୍ରକାଶ କରିପାରିବ ନାହିଁ । ଗତ ସାଧରଣ ନିର୍ବାଚନ 2019ରେ ଏନଡିଏକୁ ଏକଜିଟ ପୋଲ ସଂସ୍ଥାଗୁଡିକ 220 ସିଟ ପ୍ରଦାନ କରିଥିଲେ କିନ୍ତୁ ବିଜେପି ଏକକ ସଂଖ୍ୟାଗରିଷ୍ଟ ଭାବରେ 303 ଲୋକସଭା ଆସନ ହାସଲ କରିଥିଲା ବୋଲି ସେ କହିଛନ୍ତି ।

ABOUT THE AUTHOR

...view details