ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ କୋରୋନାକୁ ନେଇ କିଛି ସୁଖକର ଖବର ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦେଶରେ 1489 ରୋଗୀ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 183 ଜଣ ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେହପରି ଦେଶରେ ମହଜୁଦ ଥିବା ଟେଷ୍ଟ କିଟରେ ଆଗାମୀ 8 ସପ୍ତାହ ପର୍ଯ୍ୟନ୍ତ କୋରୋନା ପରୀକ୍ଷା କରାଯାଇପାରିବ ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ କୁହାଯାଇଛି ଯେ, ଭାରତର ଡାକ୍ତରଖାନାଗୁଡ଼ିକ ବର୍ତ୍ତମାନର ଷ୍ଟକରୁ ଆସନ୍ତା ଆଠ ସପ୍ତାହ ମଧ୍ୟରେ କୋରୋନାଭାଇରସ୍ ପରୀକ୍ଷା କରାଯାଇପାରିବ । ତେଣୁ କୌଣସି ପରିସ୍ଥିତିରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ସମସ୍ୟା ଯେପରି ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ରହିଛି ।