ଓଡିଶା

odisha

ETV Bharat / bharat

ବ୍ୟାୟାମ କାରଣରୁ ପ୍ରତି ବର୍ଷ ହ୍ରାସ ପାଉଛି ମୃତ୍ୟୁ ସଂଖ୍ୟା: ଅଧ୍ୟୟନ

ତଥ୍ୟ ବିଶ୍ଳେଷଣରେ ଅନୁସନ୍ଧାରକାରୀ ମାନେ ଜାଣିବାକୁ ପାଇଲେଯେ, ଯେଉଁମାନେ ବ୍ୟାୟାମ ଓ ଯୋଗାଭ୍ୟାସ କରୁଛନ୍ତି ସେମାନଙ୍କ ମୃତ୍ୟୁ ହାର ବହୁତ କମ । ଅଧିକ ପଢନ୍ତୁ...

ବ୍ୟାୟାମ କାରଣରୁ ପ୍ରତି ବର୍ଷ ହ୍ରାସ ପାଉଛି ମୃତ୍ୟୁ ସଂଖ୍ୟ: ଅଧ୍ୟୟନ
ବ୍ୟାୟାମ କାରଣରୁ ପ୍ରତି ବର୍ଷ ହ୍ରାସ ପାଉଛି ମୃତ୍ୟୁ ସଂଖ୍ୟ: ଅଧ୍ୟୟନ

By

Published : Jun 20, 2020, 12:37 PM IST

ଲଣ୍ଡନ: ‘ଦ ଲାନସେଟ ଗ୍ଲୋବାଲ’ ହେଲଥରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ବରେ ପ୍ରତିବର୍ଷ ଅତି କମରେ 39 ଲକ୍ଷ ଲୋକ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ବ୍ରିଟେନର ଏଡିନବର୍ଗ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଡା. ପଲ କେଲି କହିଛନ୍ତି ଯେ, ଏହା ମନେ ରଖିବା ଉଚିତ ଯେ ଶାରୀରିକ କାର୍ଯ୍ୟକଳାପର ଅଭାବ, ଖରାପ ଖାଦ୍ୟ, ମଦ୍ୟପାନ ଏବଂ ଧୂମ୍ରପାନ ଭଳି ଜୀବନଶୈଳୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବାର ମୁଖ୍ୟ କାରଣ। ଏହାର ଅଧ୍ୟୟନରେ, ଏହି ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଲେ ଯେ, ଶାରୀରିକ ଭାବରେ ସକ୍ରିୟ ଥିବା ଲୋକଙ୍କ ମୃତ୍ୟୁ ହାର କମ ଥାଏ।

ଏହି ଟିମ 168ଟି ଦେଶରୁ ପୂର୍ବରୁ ପ୍ରକାଶିତ ତଥ୍ୟକୁ ବିଶ୍ଲେଷଣ କରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସପ୍ତାହରେ ଅତି କମରେ 150 ମିନିଟ ମଧ୍ୟମ-ତୀବ୍ରତା ଏରୋବିକ କାର୍ଯ୍ୟକଳାପ କିମ୍ବା 75 ମିନିଟର ଉଚ୍ଚ-ତୀବ୍ରତା ଜନିତ କାର୍ଯ୍ୟକଳାପ କରିବାକୁ ସୁପାରିଶ କରେ । ତଥ୍ୟ ବିଶ୍ଳେଷଣ କରି ସେ ଜାଣିବାକୁ ପାଇଲେ ଯେ, ବିଶ୍ବସ୍ତରୀୟ ଯେଉଁମାନେ ଶାରୀରିକ କାର୍ଯ୍ୟକଳାପରେ ଜଡିତ ଥିଲେ ସେମାନଙ୍କ ମୃତ୍ୟୁ ହାରାହାରି 15 ପ୍ରତିଶତ କମ । ମହିଳାଙ୍କ ପାଇଁ 14 ପ୍ରତିଶତ ଏବଂ ପୁରୁଷଙ୍କ ପାଇଁ 16 ପ୍ରତିଶତ ରହିଛି। । ଅନୁସନ୍ଧାନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ଏହା ହାରାହାରି 18 ପ୍ରତିଶତ ଏବଂ ଉଚ୍ଚ ଆୟକାରୀ ଦେଶମାନଙ୍କରେ ହାରାହାରି 14 ପ୍ରତିଶତ ଥିଲା।

ବ୍ରିଟେନର କୈମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଗବେଷକ ଟେସା ଷ୍ଟ୍ରେନ୍ କହିଛନ୍ତି ଯେ କ୍ରୀଡା ହେଉ କି ଜିମ ହେଉ କିମ୍ବା ମଧ୍ୟାହ୍ନ ଭୋଜନ ସମୟରେ ଦ୍ରୁତ ଗତିରେ ଚାଲିବା, ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟାକୁ ଦେଖି ଏହି ସଫଳତା ବିଷୟରେ ଆମେ ଏକ ଭଲ ଖବର କହିପାରିବା ।

For All Latest Updates

ABOUT THE AUTHOR

...view details