ଓଡିଶା

odisha

ETV Bharat / bharat

ସୁକମାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ - sukma latest news

ଛତିଶଗଡର କାଶାରାମ ଜିଲ୍ଲାରେ ନକ୍ସଲ ଓ ସୁରକ୍ଷାକର୍ମୀମାନଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିଲା । ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀ ପରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି ।ଅଧିକ ପଢନ୍ତୁ...

exchange-of-fire-between-maoists-security-forces-in-sukma
ସୁକମାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

By

Published : Mar 15, 2020, 10:56 PM IST

ରାୟପୁର: ଛତିଶଗଡ ସୁକମାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ଛତିଶଗଡର କାଶାରାମ ଜିଲ୍ଲାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିଲା । ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀ ପରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁଯାୟୀ ରବିବାର ଦିନ ଛତିଶଗଡ କାଶାରାମ ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ଆମାପେଣ୍ଟା ଜଙ୍ଗଲରେ ମାଓବାଦୀ ଓ ଛତିଶଗଡ ପୋଲିସର ଡିଆରଜି ଫୋର୍ସ, ଏସଟିଏଫ, କୋବ୍ରା ବାଟାଲିୟନ ସହିତ ଜୋରଦାର ଗୁଳି ବିନିମୟ ହୋଇଥିଲା । ଉଭୟ ପକ୍ଷରୁ ଦୀର୍ଘ 45 ମିନିଟ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଜୋରଦାର ଗୁଳିବିନିମୟ ପରେ ମାଓବାଦୀମାନେ ସ୍ଥାନ ଛାଡି ପଳାଇଥିଲେ ।

ମାଓବାଦୀମାନେ ଛାଡିଥିବା ସ୍ଥାନରେ ବହୁ ପରିମାଣରେ ମାଓସାମଗ୍ରୀ ଯଥା ମାଓ ପୁସ୍ତିକା, ତାର, ଡିଟୋନେଟର ଓ ବିପୁଳ ପରିମାଣରେ ବିସ୍ପୋରକ ଜବତ କରାଯାଇଛି ।ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଅପରେସନ ଜାରି ରଖିଛନ୍ତି ।

@ANI

ABOUT THE AUTHOR

...view details