ଓଡିଶା

odisha

ETV Bharat / bharat

ସାନିଟାଇଜରର ବହୁଳ ବ୍ୟବହାର ହୋଇପାରେ କ୍ଷତିକାର: ସ୍ବାସ୍ଥ୍ୟମନ୍ତ୍ରାଳୟ - corona pandemic

ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ପ୍ରତ୍ୟେକଟି ଜିନିଷର ଭଲ ଏବଂ ଖରାପ ପ୍ରଭାବ ରହିଛି । ତେଣୁ ଯେତିକି ଆବଶ୍ୟକ ସେହି ଅନୁସାରେ ଏସବୁ ବ୍ୟବହାର କରିବା ଉଚିତ । ଅଧିକ ପଢନ୍ତୁ...

ସାନିଟାଇଜରର ବହୁଳ ବ୍ୟବହାର ହୋଇପାରେ କ୍ଷତିକାର: ସ୍ବାସ୍ଥ୍ୟମନ୍ତ୍ରାଳୟ
ସାନିଟାଇଜରର ବହୁଳ ବ୍ୟବହାର ହୋଇପାରେ କ୍ଷତିକାର: ସ୍ବାସ୍ଥ୍ୟମନ୍ତ୍ରାଳୟ

By

Published : Jul 26, 2020, 1:43 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟ ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସାନିଟାଇଜରକୁ ଏକ ଚେତାବନୀ ଜାରି ହୋଇଛି । ଅତ୍ୟଧିକ ମାତ୍ରାରେ ସାନିଟାଇଜର ବ୍ୟବହାର ନକରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଏହାର ଅତ୍ୟଧିକ ବ୍ୟବହାର ମଧ୍ୟ କ୍ଷତିକାରକ ହୋଇପାରେ। ଦେଖାଯାଇଛି ଯେ ଗତ ମାସ ଧରି ଆମ ଜୀବନରେ ସାନିଟାଇଜରର ବ୍ୟବହାର ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଡକ୍ଟର ଆରକେ ବର୍ମା କହିଛନ୍ତି ଯେ, କେହି ଭାବି ନଥିଲେ ଯେ, ଏପରି ଭାଇରସ ବ୍ୟାପିବ ବୋଲି । ନିଜକୁ ରକ୍ଷା କରିବା, ମାସ୍କର ବ୍ୟବହାର କରନ୍ତୁ, ବାରମ୍ବାର ଗରମ ପାଣି ପିଅନ୍ତୁ, ହାତ ଧୁଅନ୍ତୁ ଏବଂ ସାନିଟାଇଜରର ଅପବ୍ୟବହାର କରନ୍ତୁ ନାହିଁ ।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ଚେତାବନୀ ଦେଇଛନ୍ତି ଯେ ସାନିଟାଇଜରର ଅତ୍ୟଧିକ ବ୍ୟବହାର ଭଲ ବ୍ୟାକ୍ଟେରିଆକୁ ମାରିପାରେ, ଯେଉଁ ବ୍ୟକ୍ଟେରିଆ ମାନେ ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଯେତବେଳେ ସାବୁନ ଏବଂ ପାଣି ଉପଲବ୍ଧ ଅଛି ସେତବେଳେ ସାନିଟାଇଜର ବଦଳରେ ସାବୁନ ଏବଂ ପାଣି ବ୍ୟବହାର କରାଯିବା ଉଚିତ।

ABOUT THE AUTHOR

...view details