ଓଡିଶା

odisha

ETV Bharat / bharat

ହଠାତ୍ ଅତ୍ୟଧିକ ବ୍ୟାୟାମ କିଡନୀ ଖରାପ ହେବାର ସମ୍ଭାବନା: ଡାକ୍ତର ଭଲ୍ଲା - Excessive exercise after lockdown can affect kidney

ଇ ଘରୋଇ ଡାକ୍ତରଖାନାର କିଡନୀ ସ୍ପେଶାଲିଷ୍ଟ ଡାକ୍ତର ଦିଲ୍ଲୀପ ଭଲ୍ଲା କହିଛନ୍ତି ଯେ, ଲକ୍ଷ୍ୟ ଯେତେବେଳେ ଡାକ୍ତରଖାନା ଆସିଥିଲେ ସେ ଗୁରୁତର ଥିଲେ । ତାଙ୍କର ଲିଭର ଓ କିଡନୀ ଠିକ ଭାବେ କାମ କରି ନଥିଲା । ଯାଞ୍ଚରୁ ଜଣା ପଡିଲା rhabdomyolysis ସମସ୍ୟାରେ ପଡିଛନ୍ତି । ଏହି ସମସ୍ୟା ଦେଖାଗଲେ ରକ୍ତରୁ ଏକ ପ୍ରକାର ଏନଜାଇମ ନିସୃତ ହୋଇଥାଏ , ଯାହା ଦ୍ବାରା କିଡନୀ ଖରାପ ହେବାର ଲାଗିଥାଏ । ରୋଗୀଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

DR
DR

By

Published : Aug 16, 2020, 4:27 PM IST

ନୂଆଦିଲ୍ଲୀ: ଲକଡାଉନ ପରେ ଜିମ ଯାଇ ହଠାତ୍ ଅତ୍ୟଧିକ ବ୍ୟାୟମ କଲେ ଶରୀରରେ କୁପ୍ରଭାବ ପକାଇବ । ଖାସ କରି ବୃକକ ଖରାପ ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ଏପରି ଅସୁବିଧା ଭୋଗିଛନ୍ତି 18ବର୍ଷୀୟ ଲକ୍ଷ୍ୟ ବିନ୍ଦ୍ରା । ତାଙ୍କ ଦେହ ଏତେ ଅସୁସ୍ଥ ହୋଇ ପଡିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା ।

ସୂଚନାମୁତାବକ, ଲକଡାଉନ କାରଣରୁ ଲକ୍ଷ୍ୟ ଜିମ ଯାଇ ପାରୁ ନଥିଲେ । କିଛି ମାସ ପରେ ସାଙ୍ଗ ଘରେ ଜିମ ଯାଇ ଅତ୍ୟଧିକ ବ୍ୟାୟମ କରିଥିଲେ । ଏହାଦ୍ବାରା ସେହି ସନ୍ଧ୍ୟାରେ ବାନ୍ତି ହେବା ସହ ଶରୀରରେ ପୀଡା ଅନୁଭୂତ ହୋଇଥିଲା । 3ଦିନ କାଳ ଘରେ ଅସୁସ୍ଥ ରହିଲା ପରେ ତାଙ୍କୁ ପଟପଡଗଞ୍ଜ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ଏନେଇ ଘରୋଇ ଡାକ୍ତରଖାନାର କିଡନୀ ସ୍ପେଶାଲିଷ୍ଟ ଡାକ୍ତର ଦିଲ୍ଲୀପ ଭଲ୍ଲା କହିଛନ୍ତି ଯେ, ଲକ୍ଷ୍ୟ ଯେତେବେଳେ ଡାକ୍ତରଖାନା ଆସିଥିଲେ ସେ ଗୁରୁତର ଥିଲେ । ତାଙ୍କର ଲିଭର ଓ କିଡନୀ ଠିକ ଭାବେ କାମ କରୁ ନଥିଲା । ଯାଞ୍ଚରୁ ଜଣା ପଡିଲା rhabdomyolysis ସମସ୍ୟାରେ ପଡିଛନ୍ତି । ଏହି ସମସ୍ୟା ଦେଖାଗଲେ ରକ୍ତରୁ ଏକ ପ୍ରକାର ଏନଜାଇମ ନିସୃତ ହୋଇଥାଏ , ଯାହା ଦ୍ବାରା କିଡନୀ ଖରାପ ହେବାର ଲାଗିଥାଏ । ରୋଗୀଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ତେବେ ଜିମ କଲାବେଳେ ନିମ୍ନଲିଖିତ କଥା ପ୍ରତି ଧ୍ୟାନ ଦିଅନ୍ତୁ...

  • ଓ୍ବାର୍ମଅପ କରି ବ୍ୟାୟାମ କରିବା ଉଚିତ
  • ପ୍ରଥମ ଦିନରେ ଅତ୍ୟଧିକ ବ୍ୟାୟାମ ନକରି, ଧୀରେ ଧୀରେ ନିଜର କ୍ଷମତା ବଢାନ୍ତୁ
  • ନୂଆ କରି ଜିମ ଯାଉଥିଲେ ଟ୍ରେନରଙ୍କ ପରାମର୍ଶ ନିଅନ୍ତୁ
  • ଜିମ ଯାଉଥିଲେ ଅଧିକ ପାଣି ପିଅନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details