ଓଡିଶା

odisha

ETV Bharat / bharat

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଙ୍ଗ ରାଓ ଗାଏକୱାଡ - Jaysingrao Gaikwad resigns from BJP

ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୟସିଙ୍ଗ ରାଓ ଗାଏକୱାଡ । ଦଳରେ ତାଙ୍କୁ ଉପଯୁକ୍ତ ଗୁରୁତ୍ବ ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ ....

ବିଜେପିରୁ ଇସ୍ଥଫା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଙ୍ଗ ରାଓ ଗାଏକୱାଡ
ବିଜେପିରୁ ଇସ୍ଥଫା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଙ୍ଗ ରାଓ ଗାଏକୱାଡ

By

Published : Nov 17, 2020, 5:11 PM IST

ମୁମ୍ବାଇ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୟସିଙ୍ଗ ରାଓ ଗାଏକୱାଡ ପାଟିଲ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ମଙ୍ଗଳବାର ତାଙ୍କ ଇସ୍ତଫା ପତ୍ର ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି ।

ବିଜେପିରୁ ଇସ୍ଥଫା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଙ୍ଗ ରାଓ ଗାଏକୱାଡ

ଔରଙ୍ଗାବାଦରେ ରହୁଥିବା ଗାଏକୱାଡ ପାଟିଲ କହିଛନ୍ତି ଯେ ସେ ଦଳ ପାଇଁ କାମ କରିବାକୁ ଇଚ୍ଛୁକ କିନ୍ତୁ ଦଳ ତାଙ୍କୁ ଉପଯୁକ୍ତ ଗୁରୁତ୍ବ ସୁଯୋଗ ଦେଉନଥିବାରୁ ସେ ଏପରି ନିଷ୍ପତ୍ତି ନେଉଥିବା କହିଛନ୍ତି । ତେଣୁ ସେ ସଭାପତିଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ରାଜ୍ୟ ବିଜେପି ୟୁନିଟରୁ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଥିବା ସ୍ପଷ୍ଟ କରିଛନ୍ତି ।

ଏହି ବରିଷ୍ଠ ନେତା କହିଛନ୍ତି ଯେ ସେ ପୂର୍ବରୁ ମହାରାଷ୍ଟ୍ର ସରକାର ଓ କେନ୍ଦ୍ରରେ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । କିନ୍ତୁ ବର୍ତ୍ତମାନ ସେ ବିଧାୟକ କିମ୍ବା ସାଂସଦ ଭାବେ କାମ ନକରି ଦଳ ଓ ସଂଗଠନ ପାଇଁ କାମ କରିବାକୁ ଆଗ୍ରହୀ ଥିବା ସେ ପ୍ରକାଶ କରିଥିଲେ । କିନ୍ତୁ ଦଳ ତାଙ୍କୁ ଉପଯୁକ୍ତ ସୁଯୋଗ କିମ୍ବା ଗୁରୁତ୍ବ ଦେଇନଥିବା ସେ ଅଭିଯୋଗ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଯେଉଁ ମାନେ ଦଳର ଉନ୍ନତି ପାଇଁ କାମ କରିବାକୁ ଚାହୁଁଛନ୍ତି ଦଳ ସେମାନଙ୍କୁ ଗୁରୁତ୍ବ ଦେଉନାହିଁ । ଏ ସମ୍ପର୍କରେ ମହାରାଷ୍ଟ୍ର ବିଜେପି ସଭାପତିଙ୍କ ସହ ଯୋଗୋଯୋଗ କରାଯିବାରୁ ସେ ଏବାବଦରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details