ଓଡିଶା

odisha

By

Published : Jul 22, 2019, 12:41 PM IST

ETV Bharat / bharat

ଆଇଏମଏଫର ପ୍ରମୁଖ ହେବେ ରଘୁରାମ ରାଜନ !

ଆଇଏମଏଫର ପ୍ରମୁଖ ହେବା ରେସର ଆଗରେ ରହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ପ୍ରଥମ ଥର ଏଭଳି ଉଚ୍ଚ ଓ ବରିଷ୍ଠ ପଦ ଲାଗି କୌଣସି ଭାରତୀୟଙ୍କ ନାମକୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସମର୍ଥନ କରାଯାଉଛି ।

ଫାଇଲ ଫଟୋ


ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ)ର ପ୍ରମୁଖ ହୋଇପାରନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ଏହି ପଦ ପାଇଁ ଚାଲିଥିବା ରେସରେ ରାଜନଙ୍କ ନାଁ ପ୍ରଥମ ଥିବା ନେଇ ବ୍ରିଟିଶ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରଥମ ଥର ଏଭଳି ଉଚ୍ଚ ଓ ବରିଷ୍ଠ ପଦ ଲାଗି କୌଣସି ଭାରତୀୟଙ୍କ ନାମକୁ ବିଦେଶ ମନ୍ତ୍ରାଣଳୟ ପକ୍ଷରୁ ମଧ୍ୟ ସମର୍ଥନ କରାଯାଉଛି ।

ଆଇଏମଏଫର ଏମଡି ହେବା ପାଇଁ ରାଜନଙ୍କ ବ୍ୟାତିତ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବ ଗଭର୍ଣ୍ଣର ମାର୍କ କର୍ନୀ, ଡେବିଟ କ୍ୟାମରୁନ ସରକାରଙ୍କ ସମୟରେ ଚାନ୍ସଲର ରହିଥିବା ଜଜ ଓସବୋର୍ଣ୍ଣ ଏବଂ ନେଦରଲ୍ୟାଣ୍ଡର ପୂର୍ବ ଅର୍ଥମନ୍ତ୍ରୀ ଜେରୋଇନ ଡିଜସ୍ସେଲବ୍ଲୋଏମ ମଧ୍ୟ ଶୁଣିବାକୁ ମିଳୁଛି ।

ଅର୍ଥନୀତିଜ୍ଞଙ୍କ କହିବା ଅନୁଯାୟୀ, ଏହା ଉଚିତ ସମୟ ଯେ, ଏହି ପଦ କୌଣସି ଦକ୍ଷ ଓ ଗୁଣୀ ବ୍ୟକ୍ତିକୁ ମିଳିବା ଦରକାର । ଆଉ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ବ ତୁଲାଇଥିବା ରଘୁରାମ ରାଜନ ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ । ଏହା ପୂର୍ବରୁ ମଧ୍ୟ ସେ ଜଣେ ଅସ୍ତ୍ରଶାସ୍ତ୍ରୀ ମଧ୍ୟ ରହିଥିଲେ । ତେବେ ବର୍ତ୍ତମାନ ରାଜନ ସିକାଗୋ ୟୁନିଭର୍ସିଟିରେ ପ୍ରଫେସର ରହିଛନ୍ତି ।

ପ୍ରକାଶ ଥାଉ ଯେ, ଆଇଏମଏଫର ଏମଡି କ୍ରିସ୍ଟିନ ଲେଗାର୍ଡ ଗତ ସପ୍ତାହରେ ଇସ୍ତଫା ଦେଇଥିଲେ । ସେପ୍ଟମ୍ବର 12ରୁ ଏହା ବେଶ ପ୍ରଭାବୀ ହେବ ।

ABOUT THE AUTHOR

...view details