ଓଡିଶା

odisha

By

Published : Jul 28, 2019, 8:49 PM IST

Updated : Jul 28, 2019, 9:16 PM IST

ETV Bharat / bharat

ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଭାରତ ରତ୍ନ

ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ସମ୍ମାନ । ରାଜନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିବ ‘ଭାରତ ରତ୍ନ’

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଶିଷ୍ଟ ରାଜନୀତିଜ୍ଞ ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ । ରାଜନୀତିରେ ସର୍ବଶ୍ରେଷ୍ଠ ଅବଦାନ ପାଇଁ ପ୍ରଣବଙ୍କୁ ଏହି ସମ୍ମାନ ମିଳିବ ବୋଲି ଜଣାପଡିଛି । ଏହାସହ ଆଉ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଏହି ସମ୍ମାନ ମିଳିବ । ସ୍ବାଧିନତା ଦିବସ ଅବ୍ୟବହିତ ପୂର୍ବରୁ ଆସନ୍ତା ଅଗଷ୍ଟ 8 ତାରିଖରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଣବ ମଖାର୍ଜୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନରେ ସମ୍ମାନିତ କରିବେ ।


‘ଭାରତ ରତ୍ନ’ ସମ୍ମାନ ହେଉଛି ଭାରତର ସର୍ବଶ୍ରେଷ୍ଠ ସମ୍ମାନ । କଳା, ସାହିତ୍ୟ, ବିଜ୍ଞାନ, ରାଜନୀତି ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଥାଏ ।

ପ୍ରଣବ ମୁଖାର୍ଜୀ 2012 ମସିହା ଜୁଲାଇରୁ 2017 ମସିହା ପର୍ଯ୍ୟନ୍ତ ଦେଶର 13ତମ ରାଷ୍ଟ୍ରପତି ଥିଲେ । ଏହା ପୂର୍ବରୁ ପ୍ରଣବ ଦେଶର ଅର୍ଥ, ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ୟୁପିଏ 1 ଓ2 ସରକାରରେ ପ୍ରଣବ ସରକାରଙ୍କ ପାଇଁ ସଂକଟମୋଚକ ଥିଲେ ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରଣବ 1982 ମସିହାରେ ମାତ୍ର 47 ବର୍ଷ ବୟସରେ ଦେଶର ସର୍ବ କନିଷ୍ଠ ଅର୍ଥମନ୍ତ୍ରୀ ହୋଇଥିଲେ । ପ୍ରଣବଙ୍କୁ ଭାରତ ରତ୍ନ ଦେବା ଜଣାପଡିବା ପରେ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

Last Updated : Jul 28, 2019, 9:16 PM IST

ABOUT THE AUTHOR

...view details