ଓଡିଶା

odisha

By

Published : Aug 31, 2019, 9:04 PM IST

ETV Bharat / bharat

ଏନଆରସି ତାଲିକାରୁ ବାଦ୍‌ ପଡିଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପରିବାର

ଜାତୀୟ ନାଗରିକତା ପଞ୍ଜିକାର ଚୂଡାନ୍ତ ତାଲିକାରୁ ବାଦ୍‌ ପଡିଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲ୍ଲୀ ଅହମ୍ମଦଙ୍କ ପରିବାର ।

ଫାଇଲ ଫଟୋ

ଗୌହାଟୀ : ପ୍ରକାଶ ପାଇଛି ଜାତୀୟ ନାଗରିକତା ପଞ୍ଜିକା ( ଏନଆରସି)ର ଚୂଡାନ୍ତ ତାଲିକା । ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ତାଲିକାରେ 3 କୋଟି 11 ଲକ୍ଷ 21 ହଜାର 4 ଜଣ ଲୋକଙ୍କ ନାମ ସାମିଲ ରହିଛି । ଏଥିରୁ ପ୍ରାୟ 19 ଲକ୍ଷ 6 ହଜାର 657 ଲୋକ ବାଦ ପଡିଛନ୍ତି । ତେବେ ଏଥିରୁ ବାଦ୍‌ ପଡିଥିବା ଲୋକଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲ୍ଲୀ ଅହମ୍ମଦଙ୍କ ପରିବାର ମଧ୍ୟ ସାମିଲ ଅଛି ।

ପୂର୍ବତନ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲ୍ଲୀ ଆସାମର ରଙ୍ଗିଆ ଅଞ୍ଚଳରେ ଦଶନ୍ଧୀରୁ ରହି ଆସୁଛନ୍ତି । ତେବେ ପ୍ରଥମେ ତାଙ୍କ ବଡ ଭାଇ ଏହତରାମୁଦ୍ଦୀନ ଅଲ୍ଲୀ ଅହମ୍ମଦଙ୍କ ପରିବାର ଏନଆରସି ପ୍ରାଧିକରଣକୁ ପୈତୃକ ପ୍ରମାଣ ଦେବାରେ ଅସମର୍ଥ ହୋଇଥିଲେ । କିଛିଦିନ ପରେ ସେମାନେ ଏନଆରସି ପ୍ରାଧିକରଣକୁ ଏହି ପ୍ରମାଣ ଦେଇଥିଲେ । କିନ୍ତୁ ସେତିକି ବେଳକୁ ଏହତରାମୁଦ୍ଦୀନ ଅଲ୍ଲୀ ଅହମ୍ମଦଙ୍କ ପରିବାରର ନାମ ଏନଆରସି ତାଲିକାରୁ ହଟାଇ ଦିଆଯାଇଥିଲା ।

ତେବେ ପୂର୍ବତନ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲ୍ଲୀଙ୍କ ପରିବାରର ସମସ୍ତ 8 ଜଣ ସଦସ୍ୟ ଏନଆରସି ଚୂଡାନ୍ତ ତାଲିକାରୁ ବାଦ୍‌ ପଡିଛନ୍ତି ।

ABOUT THE AUTHOR

...view details