ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସୋମେନ ମିତ୍ରଙ୍କ ଦେହାନ୍ତରେ ସମବେଦନା ଜଣାଇଲେ ମନମୋହନ ସିଂ । ଗୁରୁବାର ସକାଳେ କୋଲକାତା ମେଡିକାଲରେ ମୃତ୍ୟୁବରଣ କରିଥିବା ବରିଷ୍ଠ କଂଗ୍ରେସ ନେତା ସୋମେନ ମିତ୍ରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସମବେଦନା ଜଣାଇଛନ୍ତି।
କଂଗ୍ରେସ ନେତା ସୋମେନ ମିତ୍ରଙ୍କ ଦେହାନ୍ତରେ ସମବେଦନା ଜଣାଇଲେ ମନମୋହନ ସିଂ - ସୋମେନ ମିତ୍ରଙ୍କ ଦେହାନ୍ତ
ଗୁରୁବାର ସକାଳେ କୋଲକାତା ମେଡିକାଲରେ ମୃତ୍ୟୁବରଣ କରିଥିବା ବରିଷ୍ଠ କଂଗ୍ରେସ ନେତା ସୋମେନ ମିତ୍ରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସମବେଦନା ଜଣାଇଛନ୍ତି।
![କଂଗ୍ରେସ ନେତା ସୋମେନ ମିତ୍ରଙ୍କ ଦେହାନ୍ତରେ ସମବେଦନା ଜଣାଇଲେ ମନମୋହନ ସିଂ condoles](https://etvbharatimages.akamaized.net/etvbharat/prod-images/768-512-8227259-thumbnail-3x2-djsja.jpg)
ମିତ୍ରଙ୍କ ପତ୍ନୀ ଶିକା ମିତ୍ରଙ୍କୁ ସମ୍ବୋଧିତ କରି ଏକ ଚିଠିରେ ସିଂ ମନମୋହନ ସିଂ ଲେଖିଛନ୍ତି, ମୁଁ ଆଜି ତୁମ ପ୍ରିୟ ସ୍ୱାମୀ ସୋମେନ ମିତ୍ରଙ୍କ ମୃତ୍ୟୁର ଖବର ପାଇଲି । ସେ ଜଣେ ଉଚ୍ଚ ସମ୍ମାନର ନେତା ଥିଲେ ଯାହାଙ୍କୁ ପାର୍ଟିରେ ସମସ୍ତେ ସମ୍ମାନ ଜଣାଉଥିଲେ ।
ଏଥିସହ ମନମୋହନ ସିଂ ମିତ୍ରଙ୍କ ରାଜନୈତିକ ଯାତ୍ରା ବିଷୟରେ ବର୍ଣ୍ଣନା କରି ଲେଖିଛନ୍ତି, ସେ ପଶ୍ଚିମବଙ୍ଗ କଂଗ୍ରେସ କମିଟିର ସଭାପତି ଭାବରେ କାର୍ଯ୍ୟ କରୁଥିଲେ। ସେ ଜଣେ ମହାନ ସାଂସଦ ଏବଂ ସିଆୟଦହ ବିଧାନସଭା ନିର୍ବାଚନମଣ୍ଡଳୀରୁ 7 ଥର ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ଜଣେ ସମ୍ମାନିତ ତଥା ଉତ୍ସର୍ଗୀକୃତ ନେତାଙ୍କୁ ହରାଇଛି।