ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ସରକାରୀ ଘର ଛାଡିନାହାଁନ୍ତି । ବୈଜୟନ୍ତ 14 ମାସ ପୂର୍ବରୁ ନିଜର ପଦ ହରାଇସାରିଛନ୍ତି । ଏହା ପରେ ବି ନୂଆଦିଲ୍ଲୀର ମହାଦେବ ରୋଡସ୍ଥିତ ସାଂସଦ ବାସଭବନକୁ ବଳ ପୂର୍ବକ ନିଜ ହାତରେ ରଖିଥିବା ଅନୁଭବ ନିଜ ଟ୍ବିଟରେ ଦର୍ଶାଇଛନ୍ତି ।
ସରକାରୀ ଘର ଛାଡି ନାହାଁନ୍ତି ବୈଜୟନ୍ତ, ଖୁଲାସା କଲେ ଅନୁଭବ
ପୂର୍ବତନ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ସରକାରୀ ଘର ଛାଡି ନାହାଁନ୍ତି ବୋଲି ଅନୁଭବ ନିଜ ଟ୍ବିଟରେ ଦର୍ଶାଇଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର/ଅନୁଭବ ମହାନ୍ତି
ଅନୁଭବ ଆହୁରି ମଧ୍ୟ କହିଛନ୍ତି, ପୂର୍ବତନ ସାଂସଦ ଆଇନକୁ ସମ୍ମାନ ଦେବା ଜାଣି ନାହାଁନ୍ତି। ତାଙ୍କୁ ଭବିଷ୍ୟତରେ ସାର୍ବଜନିକ ଜୀବନରେ ନୈତିକତା ଉପରେ ଉପଦେଶ ଦେବା ବନ୍ଦ କରିବାକୁ ହେବ । ଏପରିକି ବାସଭବନର ସୁରକ୍ଷା କର୍ମୀ ମଧ୍ୟ ତାଙ୍କୁ ଭିତରକୁ ପ୍ରବେଶ କରାଇ ଦେଇନଥିଲେ ।
ପ୍ରକାଶ ଥାଉକି, ଲୋକସଭାର ସଦସ୍ୟ ହେବାପରେ ଅନୁଭବଙ୍କୁ ମହାଦେବ ରୋଡ ସ୍ଥିତ ବୈଜୟନ୍ତ ରହୁଥିବା ବାସଭବନ ପ୍ରଦାନ କରାଯାଇଛି ।