ଓଡିଶା

odisha

By

Published : Sep 6, 2020, 3:50 PM IST

Updated : Sep 6, 2020, 9:54 PM IST

ETV Bharat / bharat

ଲକ୍ଷ୍ମୀପୁର ଖେରୀର ପୂର୍ବତନ ବିଧାୟକଙ୍କୁ ପିଟିପିଟି ହତ୍ୟା, 2 ଗିରଫ

ଲକ୍ଷ୍ମୀପୁର ଖେରୀର ପୂର୍ବତନ ବିଧାୟକ ନିବେନ୍ଦ୍ର ମିଶ୍ରଙ୍କ ହତ୍ୟାକୁ ନେଇ ରାଜ୍ୟର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଜଙ୍ଗଲରାଜର ସ୍ଥିତି ଭୟାବହ ରହିଥିବା ବେଳେ ଯୋଗୀ ସରକାର ଶୋଇ ରହିଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଅଧିକ ପଢନ୍ତୁ...

ଲକ୍ଷ୍ମୀପୁର ଖେରୀର ପୁର୍ବତନ ବିଧାୟକଙ୍କ ହତ୍ୟା, କଂଗ୍ରେସର ଟାର୍ଗେଟରେ ଯୋଗୀ ସରକାର
ଲକ୍ଷ୍ମୀପୁର ଖେରୀର ପୁର୍ବତନ ବିଧାୟକଙ୍କ ହତ୍ୟା, କଂଗ୍ରେସର ଟାର୍ଗେଟରେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀର ପୂର୍ବତନ ବିଧାୟକ ନିବେନ୍ଦ୍ର ମିଶ୍ରଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ପୂର୍ବତନ ବିଧାୟକ ଲକ୍ଷ୍ମୀପୁର ଜିଲ୍ଲାର ତିରକୌଲିୟା ପଢୁଆଁ ଗାଁ ପାଖ ରାସ୍ତା ନିକଟ ବିବାଦିତ ଜମି ଉପରେ ଅସାମାଜିକ ବ୍ୟକ୍ତିଙ୍କ ଜବରଦଖଲ କାର୍ଯ୍ୟକୁ ରୋକିବାକୁ ଯାଇଥିଲେ । ହେଲେ ମାମଲା ଅଧିକ ବଢିବାରୁ ବିଧାୟକଙ୍କ ସହ ମାରପିଟ କରିଥିଲେ ଏହି ଅସାମାଜିକ ବ୍ୟକ୍ତିମାନେ । ଏହାପରେ ପୂର୍ବତନ ବିଧାୟକ ଅଧିକ ଗୁରୁତର ହୋଇପଡିବା ସହ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାରେ 2 ଜଣଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ ।

ନିବେନ୍ଦ୍ର ମିଶ୍ରଙ୍କ ହତ୍ୟାକୁ ନେଇ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଉତ୍ତରପ୍ରଦେଶରେ ଜଙ୍ଗଲରାଜର ସ୍ଥିତି ଭୟାବହ ରହିଥିବା ବେଳେ ଯୋଗୀ ସରକାର ଶୋଇ ରହିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଗତ କିଛି ଦିନ ମାସ ହେବ ଉତ୍ତରପ୍ରଦେଶରେ ଅପରାଧିକ ଘଟଣା ବଢିବାରେ ଲାଗିଛି । ଚୋରୀ ଡକାୟତି ସହ ହତ୍ୟା ମାମଲା ବୃଦ୍ଧି ନେଇ ବିରୋଧି ଯୋଗୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏପରି ସ୍ଥିତିରେ ଲକ୍ଷ୍ମୀପୁର ଖେରୀରେ ପୂର୍ବତନ ବିଧାୟକ ନିବେନ୍ଦ୍ର ମିଶ୍ରଙ୍କର ହତ୍ୟା ହୋଇଥିବା ବେଳେ ଏହାକୁ ନେଇ କଂଗ୍ରେସର ଆକ୍ରୋଶ ବୃଦ୍ଧି ପାଇଛି ।

ଏହା ପୂର୍ବରୁ ଲକ୍ଷ୍ମୀପୁର ଖେରୀର ନିମଗାଁରେ ଜଣେ 14 ବର୍ଷୀୟ ନାବାଳିକାର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ନାବାଳିକା ସହ ଦୁଷ୍କର୍ମ ପରେ ତାକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

Last Updated : Sep 6, 2020, 9:54 PM IST

ABOUT THE AUTHOR

...view details