ରାୟପୁର: ନକ୍ସଲ ମୁକାବିଲାରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ଦିଆଯାଉଥିବା ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ଛତିଶଗଡ ସରକାର । ପୂର୍ବରୁ ସହାୟତା ପରିମାଣ 3 ଲକ୍ଷ ଟଙ୍କା ରହିଥିବା ବେଳେ ଏହାକୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଶହୀଦ ପରିବାରକୁ ସହାୟତା ରାଶି 20 ଲକ୍ଷକୁ ବୃଦ୍ଧି କଲେ ଛତିଶଗଡ ସରକାର - ଛତିଶଗଡ ସରକାର
ନକ୍ସଲ ମୁକାବିଲାରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ଦିଆଯାଉଥିବା ସହାୟତାକୁ 20ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ଛତିଶଗଡ ସରକାର । ଅଧିକ ପଢନ୍ତୁ...
ସହିଦଙ୍କ ପରିବାରକୁ ସହାୟତା ରାଶି 20ଲକ୍ଷକୁ ବୃଦ୍ଧି କଲେ ଛତିଶଗଡ ସରକାର
କେନ୍ଦ୍ର ସରକାରଙ୍କ ଦ୍ବାରା ନୂତନ ଭାବେ ଲାଗୁ ହୋଇଥିବା ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଗାଇଡ ଲାଇନ ଆଧାରରେ ଛତିଶଗଡ ସରକାର ସହାୟତା ରାଶିରେ ବୃଦ୍ଧି କରିଛନ୍ତି । ଏହି ସହାୟତା ମାଓ ମୁକାବିଲାରେ ସହିଦ ରହିଥିବା କେନ୍ଦ୍ରୀୟ ଓ ରାଜ୍ୟ ସୁରକ୍ଷା ବାହିନୀର ଯବାନଙ୍କ ପରିବାରକୁ ପ୍ରଦାନ କରାଯିବ ।
@ANI
TAGGED:
ଛତିଶଗଡ ସରକାର