ଓଡିଶା

odisha

ETV Bharat / bharat

‘ଦିଲ୍ଲୀରେ ଯଦି ନିର୍ବାଚନ ହୁଏ, 70 ଆସନ ହରାଇବେ କେଜ୍ରିୱାଲ’ - sanjay goyal made serious allegation against kejriwal

କୋରୋନା ଦ୍ବାରା ଲଗାତାର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ନେଇ ବିଜେପି ବର୍ତ୍ତମାନ ଆଗଧାଡିରେ । ସୋମବାର ପୂର୍ବ ଦିଲ୍ଲୀ ନଗରନିଗମର ପୂର୍ବତନ ଡେପୁଟୀ ମେଏର ସଞ୍ଜୟ ଗୋଏଲ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାଜଧାନୀ ଦିଲ୍ଲୀରେ ସଂକ୍ରମଣ
ରାଜଧାନୀ ଦିଲ୍ଲୀରେ ସଂକ୍ରମଣ

By

Published : Jun 22, 2020, 9:20 PM IST

Updated : Jun 22, 2020, 9:56 PM IST

ନୂଆଦିଲ୍ଲୀ: କୋରୋନା ଦ୍ବାରା ଲଗାତାର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ନେଇ ବିଜେପି ବର୍ତ୍ତମାନ ଆଗଧାଡିରେ । ସୋମବାର ପୂର୍ବ ଦିଲ୍ଲୀ ନଗରନିଗମର ପୂର୍ବତନ ଡେପୁଟୀ ମେଏର ସଞ୍ଜୟ ଗୋଏଲ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଯଦି ବର୍ତ୍ତମାନ ଦିଲ୍ଲୀର ସମସ୍ତ 70 ବିଧାନସଭା ଆସନରେ ନିର୍ବାଚନ ହୁଏ ତେବେ କେଜ୍ରିୱାଲ ସମ୍ପୁର୍ଣ୍ଣ ସିଟ୍ ହାରିଯିବେ’ ।

ସେ ଆରୋପ ଲଗାଇଛନ୍ତି ଯେ, ଦିଲ୍ଲୀ ସରକାର କୋରୋନା ସମୟରେ ଜନସାଧାରଣଙ୍କ ଆତ୍ମବିଶ୍ବାସ ଭାଙ୍ଗିଛନ୍ତି। ଜନସାଧାରଣଙ୍କୁ ଭୋଗିବାକୁ ପଡୁଥିବା ଏହି ବିପର୍ଯ୍ୟୟ ସରକାରଙ୍କ ସ୍ବଳ୍ପ ଦୃଷ୍ଟିଶକ୍ତିକୁ ପ୍ରଦର୍ଶନ କରିଛନ୍ତି। ଗୋଏଲ ଦାବି କରିଛନ୍ତି ଯେ ଯଦି ବର୍ତ୍ତମାନ ରାଜଧାନୀରେ ନିର୍ବାଚନ ହୁଏ, ତେବେ ଆମ୍ ଆଦମୀ ପାର୍ଟି ସମସ୍ତ 70 ଟି ଆସନ ହରାଇବ। ଏପରିକି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ନିଜ ଆସନ ହରାଇବେ।

ସେ ଆହୁରୀ ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟର ରାଜା ଓ ବିପର୍ଯ୍ୟୟ ପାଇଁ ରାଜା ସର୍ବଦା ପାଣ୍ଠିକୁ ସୁରକ୍ଷିତ ରଖିବା ଉଚିତ୍। ନିର୍ବାଚନ ପୂର୍ବରୁ ଉକ୍ତ ମୁଖ୍ୟମନ୍ତ୍ରୀ ଚିତ୍କାର କରି କହିଥିଲେ ଯେ ଜନସାଧାରଣଙ୍କୁ ମାଗଣା ଦେବା ପାଇଁ ତାଙ୍କ ପାଖରେ ବହୁତ ଅର୍ଥ ଅଛି, ବର୍ତ୍ତମାନ ସେହି ପାଣ୍ଠି କେଉଁଠାରେ ଅଛି। ଯଦି ପାଣ୍ଠି ଶେଷ ହୋଇଯାଇଛି ତେବେ ଏଥିପାଇ ଦାୟୀ କିଏ କାରଣ 65000 କୋଟି ଟଙ୍କା କମ୍ ନୁହେଁ ।

Last Updated : Jun 22, 2020, 9:56 PM IST

ABOUT THE AUTHOR

...view details