ଓଡିଶା

odisha

ETV Bharat / bharat

ଏନସିପିରେ ଯୋଗଦେଲେ ପୂର୍ବତନ ବିଜେପି ନେତା ଏକନାଥ ଖଡ଼ସେ - ekanath khadse

ଏନସିପିରେ ଯୋଗ ଦେଲେ ମହାରାଷ୍ଟ୍ର ବିଜେପିର ପୂର୍ବତନ ନେତା ଏକନାଥ ଖଡ଼ସେ। ବିଜେପିରୁ ଇସ୍ତଫା ଦେବାପରେ ସେ ଏନସିପିରେ ଯୋଗଦେବା ନେଇ ସୂଚନା ଦେଇଥିଲେ। ଅଧିକ ପଢ଼ନ୍ତୁ...

ଏନସିପିରେ ଯୋଗଦେଲେ ପୂର୍ବତନ ବିଜେପି ନେତା ଏକନାଥ ଖଡ଼ସେ
ଏନସିପିରେ ଯୋଗଦେଲେ ପୂର୍ବତନ ବିଜେପି ନେତା ଏକନାଥ ଖଡ଼ସେ

By

Published : Oct 23, 2020, 5:51 PM IST

ମୁମ୍ବାଇ: ଏନସିପିରେ ଯୋଗ ଦେଲେ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ଏକନାଥ ଖଡ଼ସେ। ଆଜି(ଶୁ୍କ୍ରବାର) ମୁମ୍ବାଇସ୍ଥିତ ଏନସିପିର କାର୍ଯ୍ୟାଳୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଉପସ୍ଥିତ ଥିଲେ।

ଏନସିପିରେ ଯୋଗ ଦେବାପରେ ପୁଣି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଟାର୍ଗେଟ କରିଛନ୍ତି ଖଡ଼ସେ। ସେ କହିଛନ୍ତି ଯେ, "ବିଜେପିରେ ଥିବା ବେଳେ ଗତ 4 ବର୍ଷ ମଧ୍ୟରେ ମୋ ସହ ବହୁ ଥର ଅନ୍ୟାୟ ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମୋ ନାମରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ମିଛ ମାମଲା ରୁଜୁ କରିଛନ୍ତି। ଏହାସହ ମୋ ନାମରେ ବହୁଥର ଦୁର୍ନିତୀ ମାମଲା ରୁଜୁ କରାଇଛନ୍ତି ଫଡନବିସ। ତେବେ ପ୍ରତିଥର ମୁଁ ନିର୍ଦ୍ଦୋଶ ପ୍ରମାଣିତ ହୋଇଛି।"

ଏନସିପିରେ ଯୋଗଦେଲେ ପୂର୍ବତନ ବିଜେପି ନେତା ଏକନାଥ ଖଡ଼ସେ

ଏହି କାର୍ଯ୍ୟକ୍ରମରେ ଏକନାଥ ଖଡ଼ସେଙ୍କ ସହ ତାଙ୍କ ସମର୍ଥକ ଓ ଜାଲାଗାଁଓର ଜିଲ୍ଲାର ବହୁ ବିଶିଷ୍ଠ ବ୍ୟକ୍ତିତ୍ବମାନେ ଏନସିପିରେ ସାମିଲ ହୋଇଛନ୍ତି। ଖଡ଼ସେଙ୍କ ଇସ୍ତଫା ପରେ ବିଜେପିର ବହୁତ ବଡ଼ କ୍ଷତି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଦୀର୍ଘ 40 ବର୍ଷ ଧରି ବିଜେପି ସହ କାର୍ଯ୍ୟ କରି ଆସୁଥିଲେ ଖଡ଼ସେ। ତେବେ ଗତ 4 ବର୍ଷ ହେଲା ବିଜେପି ପ୍ରତି ସେ ଅସନ୍ତୋଷ ରହିଥିଲେ।

ଗତକିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ ଏକନାଥ ଖଡସେ। ଏହାପରେ ସେ ବିଜେପିରେ ଯୋଗ ଦେବା ନେଇ ସେ ସୂଚନା ଦେଇଥିଲେ। ଏହାସହ ମହାରାଷ୍ଟ୍ର ଏନସିପିର ରାଜ୍ୟ ସଭାପତି ଜୟନ୍ତ ପାଟିଲ ମଧ୍ୟ ଖଡସେ ଏନସିପିରେ ସାମିଲ ହେବାନେଇ ସୂଚନା ଦେଇଥିଲେ। ନିଜ ରାଜନୈତିକ କ୍ୟାରିୟରରେ 12 ବିଭାଗର ମନ୍ତ୍ରୀପଦ ସମ୍ଭାଳିଛନ୍ତି ଏକନାଥ ଖଡ଼ସେ। ଏହସହ ଫଡନବିସଙ୍କ ସରକାର ସମୟରେ ସେ ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ତେବେ ଖଡ଼ସେ ଦାଉଦ ଇବ୍ରାହିମଙ୍କ ପତ୍ନୀଙ୍କ ସହ ଫୋନରେ କଥା ହେବା ଅଭିଯୋଗ ପରେ ତାଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

@ani

ABOUT THE AUTHOR

...view details