ଓଡିଶା

odisha

By

Published : Sep 10, 2020, 4:03 PM IST

ETV Bharat / bharat

ନ୍ୟାୟିକ ହେପାଜତକୁ ଗଲା ତାହିର ହୁସେନ

ଦିଲ୍ଲୀ ଦଙ୍ଗା ମାମଲାରେ ଅର୍ଥ ହେରଫେର କରିଥିବା ଅଭିଯୋଗରେ ପୂର୍ବତନ ଆପ୍ କାଉନସିଲର ତାହିର ହୁସେନଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

tahir hussin
ନ୍ୟାୟିକ ହେପାଜତକୁ ଗଲା ତାହିର ହ୍ୟୁସେନ

ନୂଆଦିଲ୍ଲୀ: ନ୍ୟାୟିକ ହେପାଜତକୁ ଗଲା ତାହିର ହୁସେନ । ଦିଲ୍ଲୀ ଦଙ୍ଗା ମାମଲାରେ ଅର୍ଥ ହେରଫେର କରିଥିବା ଅଭିଯୋଗରେ ପୂର୍ବତନ ଆପ୍ କାଉନସିଲର ତାହିର ହୁସେନଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ (ଏଏସଜି) ଏସ.ଭି. ରାଜୁ ଗୁରୁବାର ଯୋଗେଶ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ହାଇକୋର୍ଟର ଏକକ ଜଜ୍ ବେଞ୍ଚକୁ ସୂଚିତ କରିଛନ୍ତି ଯେ, ଏଜେନ୍ସି ତାହିର ହୁସେନଙ୍କ ହେପାଜତ ମାଗି ନାହାଁନ୍ତି ଏବଂ ତାଙ୍କୁ ତିହାର ଜେଲକୁ ହସ୍ତାନ୍ତର କରିଛନ୍ତି । ତାହିର ହୁସେନ୍‌ଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ଚାଲିଥିବାବେଳେ ଇଡିରେ ଦିଆଯାଇଥିବା ରିମାଣ୍ଡକୁ ବୃଦ୍ଧି କରାଯାଇଥିଲା ।

ପ୍ରକାଶ ଥାଉକି, ଗତ ଅଗଷ୍ଟ 27ରେ ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଇଡିଏମସି) ତାହିର ହୁସେନଙ୍କ ସଦସ୍ୟତାକୁ ବାତିଲ କରିଦେଇଥିଲା । ଯାହାଦ୍ବାରା ସେ ଆଉ ଆମ ଆଦମୀ ପାର୍ଟିର ମ୍ୟୁନିସିପାଲିଟି କାଉନସିଲର ନୁହଁନ୍ତି। ତେବେ ଦିଲ୍ଲୀ ଦଙ୍ଗା ମାମଲାରେ ତାଙ୍କ ନାମ ଆସିବା ପରେ ତାଙ୍କୁ ପଦରୁ ନିଲମ୍ବିତ କରାଯାଇଥିଲା।

ABOUT THE AUTHOR

...view details