ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିପକ୍ଷ ଦଳଙ୍କ ପକ୍ଷରୁ ଇଭିଏମର ବିଶ୍ବସନୀୟତା ଉପରେ ଲଗାଯଉଥିବା ଆଭିଯୋଗ ଭୁଲ ପ୍ରମାଣିତ ହୋଇଛି ।
ପୁଣି ଅଗ୍ନି ପରୀକ୍ଷାରେ ପାସ୍ ହେଲା EVM
ନିର୍ବାଚନ ପରେ ଇଭିଏମ ଓ ଭିଭିପାଟ ସ୍ଲିପର ମେଳ ଶତ ପ୍ରତିଶତ ସଠିକ ଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ନିର୍ବାଚନ ପରେ ଇଭିଏମ ଓ ଭିଭିପାଟର ମେଳ ଶତ ପ୍ରତିଶତ ସଠିକ ଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।
20 ହଜାର 6 ଶହ 25ଟି ଭିଭିପାଟର ସ୍ଲିପ୍ କୌଣସି ଗୋଟିଏ ଇଭିଏମ ସହ ମେଳ ନ ଖାଇଥିବା ନେଇ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ଅଭିଯୋଗ ଆସିନାହିଁ । ପ୍ରକାଶ ଯେ, ଚଳିତ ବର୍ଷ 17 ଲକ୍ଷ ଭିଭିପାଟରୁ 20 ହଜାର 625 ଭିଭିପାଟ ସ୍ଲିପ୍ ଇଭିଏମ ସହିତ ମେଳ କରାଯାଇଥିଲା । ତେବେ 2014 ନିର୍ବାଚନରେ ମାତ୍ର 4125 ଭିଭିପାଟ ସ୍ଲିପ୍ ଇଭିଏମ ସହିତ ମିଳା ଯାଇଥିଲା ।