ଓଡିଶା

odisha

ଛିନ୍ଦଓ୍ବାଡା ମହାକାଳଙ୍କ ଚିତା ଭସ୍ମ ଆଳତୀ

By

Published : Jul 6, 2020, 1:58 PM IST

ଉଜ୍ଜୈନର ବାବା ମହାକାଳଙ୍କ ବ୍ୟତୀତ ମଧ୍ୟପ୍ରଦେଶରେ ଆଉ ଏକ ମନ୍ଦିର ରହିଛି , ଯେଉଁଠି ବାବା ମହାକାଳଙ୍କ ପ୍ରତି ସୋମବାର ଭସ୍ମ ଆଳତୀ କରାଯାଏ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଉପଲକ୍ଷେ ମହାକାଳଙ୍କ ବିଶେଷ ପୂଜା କରାଯିବ । ଏହି ମନ୍ଦିରଟି ଛିନ୍ଦଓ୍ବାଡାରେ ଅବସ୍ଥିତ ।

ଛିନ୍ଦଓ୍ବାଡା ମହାକାଳଙ୍କ ଚିତା ଭସ୍ମ ଆଳତୀ
ଛିନ୍ଦଓ୍ବାଡା ମହାକାଳଙ୍କ ଚିତା ଭସ୍ମ ଆଳତୀ

ଭୋପାଳ: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କ ଉପାସନା ସହ ଜଳାଭିଷେକ କଲେ ମନୋବାଞ୍ଛିତ ଫଳ ମିଳେ ବୋଲି ବିଶ୍ବାସ ରହିଛି । ତେବେ ଏପରି ଏକ ଶୈବପୀଠ ଅଛି ମଧ୍ୟପ୍ରଦେଶରେ, ଯେଉଁଠି ମହାଦେବଙ୍କ ଚିତା ଭସ୍ମରେ ଆଳତୀ କରାଯାଏ ।

ଛିନ୍ଦଓ୍ବାଡା ମହାକାଳଙ୍କ ଚିତା ଭସ୍ମ ଆଳତୀ

ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ମହାକାଳେଶ୍ବରଙ୍କ ଭସ୍ମ ଆଳତୀ କରାଯାଏ । ଏହା ସମସ୍ତଙ୍କୁ ଜଣା । କିନ୍ତୁ ଏହି ରାଜ୍ୟର ଛିନ୍ଦଓ୍ବାଡାସ୍ଥିତ ଏକ ଶୈବ ପୀଠ ରହିଛି , ଯେଉଁଠି ପ୍ରତି ସୋମବାର ମହାକାଳଙ୍କ ଚିତା ଭସ୍ମରେ ଆଳତୀ କରାଯାଏ ।

ବାବା ମହାକାଳେଶ୍ବର ମଧ୍ୟପ୍ରଦେଶର ଉଜ୍ଜୈନରେ ବିରାଜମାନ । ତାଙ୍କର ଏକ ରୂପ ଛିନ୍ଦଓ୍ବାଡାର ମୋକ୍ଷଧାମର ସମ୍ମୁଖରେ 1995ରେ ମହାକାଳଙ୍କ ଏକ ମନ୍ଦିର ସ୍ଥାପିତ କରାଯାଇଥିଲା । ସେହିଦିନ ଠାରୁ ସେଠାରେ ମହାକାଳଙ୍କୁ ଚିତାଭସ୍ମ ଆଳତୀ କରାଯାଏ ।

ସମିତିର ଅଧ୍ୟକ୍ଷ କହିଛନ୍ତି ଯେ, ଏପରି କୌଣସି ସୋମବାର ନଥିବ ଯେଉଁଦିନ ମୋକ୍ଷ ଧାମରେ ଅନ୍ତିମ ସଂସ୍କାର ହୋଇ ନଥିବ । ତେଣୁ କେବେବି ମହାକାଳଙ୍କ ଭସ୍ମ ଆଳତୀରେ ବିଘ୍ନ ଆସି ନାହିଁ । ଅନ୍ତିମସଂସ୍କାର ପରେ ଚିତାର ଭସ୍ମ ଆଣିବା ଲାଗି ସମିତିର ସଦସ୍ୟ ଓ ପୂଜାରୀ ମୋକ୍ଷଧାମକୁ ଯାଇଥାନ୍ତି । ସେଠାରେ ବିଶେଷ ପୂଜାର୍ଚ୍ଚନା କରି ଭସ୍ମକୁ ଆଣିଥାନ୍ତି । ଏହାପରେ ବାବାଙ୍କ ଭସ୍ମ ଆଳତୀ କରାଯାଏ ।

ଶ୍ରାବଣମାସରେ ରାମଚରିତ ମାନସର ଅଖଣ୍ଡ ପାଠ କରାଯାଏ । କିନ୍ତୁ କୋରୋନା କଟକଣା ଯୋଗୁଁ ଚଳିତବର୍ଷ ଛିନ୍ଦଓ୍ବାଡାସ୍ଥିତ ମହାକାଳଙ୍କ ନିକଟରେ ରାମଚରିତମାନସ ପାଠର ଆୟୋଜନ କରାଯିବ ନାହିଁ ଓ ପ୍ରସାଦ ବିତରଣ ମଧ୍ୟ କରାଯିବ ନାହିଁ । କେବଳ ସାମାଜିକ ଦୂରତ୍ବ ଅବଲମ୍ବନ କରି ଭକ୍ତମାନେ ମହାଦେବଙ୍କ ଦର୍ଶନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details