ନୂଆଦିଲ୍ଲୀ: ଯବାନଙ୍କ ପଛରେ ପ୍ରତ୍ୟେକ ନାଗରିକ ଠିଆ ହୋଇଛନ୍ତି । କିନ୍ତୁ ଏହା ସନ୍ଦେହଜନକ ଯେ ସମାନ ସମର୍ଥନ ପ୍ରଧାନମନ୍ତ୍ରୀଙ୍କ ନୀତି ଏବଂ କାର୍ଯ୍ୟକୁ ଦିଆଯାଉଛି କି ନାହିଁ ବୋଲି କଂଗ୍ରେସ ନେତା କପିଲ ଶିବଲ ଟ୍ବିଟ ଜରିଆରେ ସୋମବାର କହିଛନ୍ତି ।
ପ୍ରତ୍ୟେକ ନାଗରିକ ଯବାନଙ୍କ ସହ ଅଛନ୍ତି: କପିଲ ଶିବଲ
ଯବାନଙ୍କ ପଛରେ ପ୍ରତ୍ୟେକ ନାଗରିକ ଠିଆ ହୋଇଛନ୍ତି । କିନ୍ତୁ ଏହା ସନ୍ଦେହଜନକ ଯେ ସମାନ ସମର୍ଥନ ପ୍ରଧାନମନ୍ତ୍ରୀଙ୍କ ନୀତି ଏବଂ କାର୍ଯ୍ୟକୁ ଦିଆଯାଉଛି କି ନାହିଁ ବୋଲି କଂଗ୍ରେସ ନେତା କପିଲ ଶିବଲ ଟ୍ବିଟ ଜରିଆରେ ସୋମବାର କହିଛନ୍ତି ।
ପ୍ରତ୍ୟେକ ନାଗରିକ ଯବାନଙ୍କ ସହ ଅଛନ୍ତି
ତେବେ ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ କଂଗ୍ରେସ ନେତାଙ୍କ ଏହି ଟ୍ବିଟ୍ ସାମ୍ନାକୁ ଆସିଛି ।
ସୋମବାର ସଂସଦରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବିଶେଷକରି ଏହି ଅଧିବେଶନର ଆଉ ଏକ ଦାୟିତ୍ୱ ଅଛି । କିଛି ସମୟ ପରେ ତୁଷାରପାତ ହେବାର ସମ୍ଭାବନା ଅଛି ଜାଣି ଯେତେବେଳେ ଆମର ଯବାନମାନେ ସୀମା, ପାହାଡ଼ ଏବଂ ଦୁର୍ଗମ ଅଞ୍ଚଳରେ ଦେଶକୁ ଜଗି ରହିଛନ୍ତି । ମୁଁ ବିଶ୍ୱାସ କରେ ଯେ ସଂସଦର ସମସ୍ତ ସଦସ୍ୟ ଏକ ସ୍ପଷ୍ଟ ବାର୍ତ୍ତା ଦେବେ ଯେ, ଦେଶ ଆମର ଯବାନମାନଙ୍କ ସହ ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।