ଓଡିଶା

odisha

ଗୁଜୁରାଟରେ 102 ମିନିଟରେ ଜଣଙ୍କ କୋରୋନା ମୃତ୍ୟୁ, ଆସୁଛି 14ଟି ନୂଆ ମାମଲା

By

Published : Apr 25, 2020, 1:03 PM IST

102 ମିନିଟରେ ଜଣେ ଲେଖାଏଁ କୋରୋନା ରୋଗୀଙ୍କ ମୃତ୍ୟୁ । ଏହା ସହ 14 ନୂଆ କୋଭିଡ୍ 19 କେସ ସାମ୍ମାନାକୁ ଆସୁଛି। ଏଭଳି ସାଙ୍ଘାତିକ ତଥ୍ୟ ଆସିଛି ଗୁଜୁରାଟର ଅହମ୍ମଦାବାଦରୁ।

corona
ସ୍ଥିତି ସଙ୍ଗୀନ; 102 ମିନିଟ ରେ ଯାଉଛି ଜଣଙ୍କ ଜୀବନ, ଆସୁଛି 14 ଟି ନୂଆ ମାମଲା

ଅହମ୍ମଦାବାଦ୍: 102 ମିନିଟରେ ଜଣେ ଲେଖାଏଁ କୋରୋନା ରୋଗୀଙ୍କ ମୃତ୍ୟୁ । ଏହା ସହ 14 ନୂଆ କୋଭିଡ୍ 19 କେସ ସାମ୍ମାନାକୁ ଆସୁଛି। ଏଭଳି ସାଙ୍ଘାତିକ ତଥ୍ୟ ଆସିଛି ଗୁଜୁରାଟର ଅହମ୍ମଦାବାଦରୁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 169ଟି ପଜିଟିଭ୍ କେସ ଓ 14 ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ସମୁଦାୟ 1821 ଆକ୍ରାନ୍ତ ଓ 83 ଜଣ ଜୀବନ ଯାଇଥିବା ସୂଚନା ମିଳିଛି।

ତେବେ ଗୁଜୁରାଟର ଦିନକୁ ଦିନ ମାମଲା ବୃଦ୍ଧି ପାଉଥିବା ବେଳେ ଏହା ସର୍ବାଧିକ ସଂକ୍ରମିତ ତାଲିକାର ତୃତୀୟ ସ୍ଥାନରେ ଅଛି। ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟାର 65 ପ୍ରତିଶତ ଅହମ୍ମଦାବାଦର ହୋଇଥିବା ବେଳେ ମୃତ୍ୟୁ ହାର ମଧ୍ୟ ସମାନ ରହିଛି।

ଗୁଜୁରାଟର ପ୍ରମୁଖ ସଚିବ ଜୟନ୍ତ ରବିଙ୍କ କହିବା ଅନୁସାରେ, ଦରିଆପୁର, ଗୋମଟିପୁର, ମଣିନାଗପୁର,ରାଖିଆଲ,ନାରୋଲ,ନିକୋଲ,ବାପୁନନଗର,କାଲୁପୁର ଇତ୍ୟାଦିରେ ଅତ୍ୟଧିକ ନୂଆ ମାମଲା ସାମ୍ମାନାକୁ ଆସୁଛି।

ଗତକାଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ସର୍ବାଧିର ବିପଦଜନକ ସହର ତାଲିକାରେ ଅହମ୍ମଦାବାଦ୍ ସ୍ଥାନିତ ହୋଇଛି। ଏହା ସହିତ ଚେନ୍ନାଇ, ହାଇଦ୍ରାବାଦ ମଧ୍ୟ ରହିଛି।

ABOUT THE AUTHOR

...view details