କାଠମାଣ୍ଡୁ: ଦୁନିଆ ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଚଢିବା ପର୍ବତାରୋହୀଙ୍କ ଲକ୍ଷ୍ୟ ଅଟେ । ପ୍ରତ୍ୟେକ ପର୍ବତାରୋହୀ ଚାହାଁନ୍ତି, ଏଭରେଷ୍ଟ ଗିରିଶୃଙ୍ଗର ଶିଖରର ପହଞ୍ଚି ଉପଲବ୍ଧି ନେବାକୁ । କିନ୍ତୁ କେତେକଙ୍କ ଏହି ସ୍ବପ୍ନ ପୂରଣ ହେଉଥିବାବେଳେ ଅନେକଙ୍କ ପାଇଁ ଏହା ବିପଦଜନକ ସାବ୍ୟସ୍ତ ହୋଇଛି । ଗତ 9 ଦିନ ମଧ୍ୟରେ ଏଭରେଷ୍ଟ ଚଢିବାବେଳେ 11 ପର୍ବତାରୋହୀଙ୍କ ମୃତ୍ୟୁ ଘଟିଲାଣି । ଏଥର ପାଣିପାଗ ଖରାପ ତାସହ ଟ୍ରାଫିକ ଜାମ କାରଣରୁ ଅନେକ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।
ଏଭରେଷ୍ଟ ଆରୋହୀଙ୍କୁ ରାସ୍ତା ଦେଖାନ୍ତି ମୃତଦେହ - ଏଭରେଷ୍ଟ ଆରୋହୀ
ଏଭରେଷ୍ଟ ପର୍ବତ ଆରୋହଣ ସମୟରେ ଯେଉଁମାନଙ୍କ ମୃତ୍ୟୁ ଘଟେ, ପ୍ରାୟତଃ ସେମାନଙ୍କ ମୃତଦେହ ସେଠାରୁ ଆଣିବା ସମ୍ଭବପର ହୁଏ ନାହିଁ । ତେଣୁ ଏହି ମୃତଦେହ ହିଁ ନୂତନ ପର୍ବତରୋହୀଙ୍କୁ ରାସ୍ତା ଦେଖାନ୍ତି ।
ଏଭରେଷ୍ଟ ପର୍ବତ ଚଢିବା ଦୁନିଆର ସବୁଠାରୁ କଷ୍ଟ ଓ ସଂଘର୍ଷପୂର୍ଣ୍ଣ କାର୍ଯ୍ୟ ଅଟେ । ଏଭରେଷ୍ଟ ଚଢି ବଡ ଉପଲବ୍ଧି ପାଇଁ ଅନେକ ପର୍ବତାରୋହୀ ଏଭରେଷ୍ଟ ଚଢିବାକୁ ଆଗେଇ ଆସିଥାନ୍ତି । ଏପରିକି ଏଭରେଷ୍ଟ ଚଢିବା ପ୍ରୟାସ କରିବା ସମୟରେ ଅନେକ ଲୋକଙ୍କ ଜୀବନଗଲାଣି । ବର୍ତ୍ତମାନ ସୁଦ୍ଧା 308 ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
8848ମିଟର ଉଚ୍ଚତା ବିଶିଷ୍ଟ ଏଭରେଷ୍ଟ ପର୍ବତ ଅଟେ । କିନ୍ତୁ 8000 ମିଟର ଚଢିବା ପରେ ହିଁ ଅଧିକ ପର୍ବତାରୋହୀଙ୍କ ମୃତ୍ୟୁ ହେଉଥିବାରୁ ଏହାକୁ ଡେଥ୍ ଜୋନ କୁହାଯାଏ । ଖାଲି ସେତିକି ନୁହେଁ ଏଭରେଷ୍ଟରେ ପ୍ରାଣ ହରାଉଥିବା ଲୋକଙ୍କ ମୃତଦେହ ଆଣିବା କଷ୍ଟସାଧ୍ୟ ହୋଇଯାଏ । ତେଣୁ ମୃତଦେହ ଗୁଡିକୁ ଅଣାଯାଇପାରେ ନାହିଁ । ରାସ୍ତାରେ ମୃତଦେହ ଦେଖିକି ହିଁ ଏଭରେଷ୍ଟରେ ଶିଖରରେ ପହଞ୍ଚିବା ରାସ୍ତା ଜଣାପଡିଥାଏ । ଏହି ମୃତଦେହ ଗୁଡିକୁ ବର୍ଷ ବର୍ଷ ପଡି ରହିଲେ ବି ସଢେ ନାହିଁ । ତେଣୁ ପ୍ରାୟ 100 ବର୍ଷ ହେଲା ମୃତଦେହ ଗୁଡିକ ସେମିତି ପଡିରହିଛି ।